ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବନ୍ଦ

ବହୁ ବର୍ଷର ପରମ୍ପରା ଆଜି ସବୁ ଭାଙ୍ଗିଗଲା । ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କର ଶୀତଳ ଷଷ୍ଠୀ ଯାତ୍ରା ବନ୍ଦ ହୋଇଯାଇଛି । ବ୍ରାହ୍ମଣ ନିଯୋଗ ପ୍ରଭୁ ଲିଙ୍ଗରାଜଙ୍କ ସବୁ ରୀତିକାନ୍ତିକୁ ବନ୍ଦ କରି ଦେବାରୁ ଚଳିତ ଥର ଅନୁଷ୍ଠିତ ହେବନି ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ।

ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀଙ୍କ ବିବାହରେ ପ୍ରଭୁ କପିଳେଶ୍ୱର ମଧ୍ୟସ୍ଥି ଭାବେ ସ୍ଥାପିତ ହୋଇଥାନ୍ତି । ବିଗତ କିଛି ବର୍ଷ ହେବ ପ୍ରଭୁ କପିଳେଶ୍ୱରଙ୍କୁ ଅପବିତ୍ର ତଥା ମାରା ହୋଇଯାଇଥିବା କଥା କହିଛନ୍ତି ଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ ସେବକ । କାରଣ କପିଳେଶ୍ୱରଙ୍କୁ ପୂଜା କରିବାର ଅଧିକାର ଥିଲା କେବଳ ଖୁଂଟିଆ ସେବାୟତଙ୍କର ହୋଇଥିବା ବେଳେ ମାଲିଆ ସେବାୟତ ନିଜର ଆଧିପତ୍ୟ ଦେଖାଇ ତାଙ୍କ ଠାରୁ ଏହି ଅଧିକାର ନେଇଯାଇଥିଲେ ବୋଲି ଅଭିଯୋଗ ରହିଛି ।

ସେବେଠାରୁ କପିଳେଶ୍ୱର ମାରା ହୋଇଯାଇଥିବା ଦାବି କରିଛନ୍ତି ଲିଙ୍ଗରାଜ ବ୍ରାହ୍ମଣ ନିଯୋଗ । ଏହି ବିବାଦ ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯାହାର ଯେଉଁ କାମ ସିଏ ସେହି କାମ କରନ୍ତୁ । କିନ୍ତୁ ଆଜି ଯାଏ ଏହାର ପାଳନ ହୋଇ ନଥିବାରୁ ଏହାକୁ ବିରୋଧ କରିଛନ୍ତି ଲିଙ୍ଗରାଜ ବ୍ରାହ୍ମଣ ନିଯୋଗ । ଜିଲ୍ଲା ପ୍ରଶାସନ କପିଳେଶ୍ୱରଙ୍କୁ ଚଳିତ ବର୍ଷ ପୁଣିଥରେ ଯୋଡିବା ପାଇଁ କହିଥିଲା । କିନ୍ତୁ ବ୍ରାହ୍ମଣ ନିଯୋଗ ଏହାକୁ ବିରୋଧ କରିଛି । ତେବେ ଏଥିପାଇଁ ପୁରା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛି ବ୍ରାହ୍ମଣ ନିଯୋଗ । ଆଜି ଲିଙ୍ଗରାଜ ମନ୍ଦିର ଶୀତଳ ଷଷ୍ଠୀ ନେଇ ବ୍ରାହ୍ମଣ ନିଯୋଗର ବୈଠକ ବସିଥିଲା । ଏହି ବୈଠକରେ ବ୍ରାହ୍ମଣ ନିଯୋଗ ଜିଲ୍ଲା ପ୍ରଶାସନକୁ ଦାୟୀ କରିଥିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନଦୀରେ ଭାସି ଯାଇଥିବା ବ୍ଯକ୍ତିଙ୍କ ଶବ ଉଦ୍ଧାର

Sunil Chandra Nayak

ଅବକାରୀ ବିଭାଗ ଦ୍ୱାରା ସୁଦୃକୁମ୍ପା ଅଞ୍ଚଳ ରୁ ୮କୁଇଣ୍ଟାଲ ମହୁଲ ଫୁଲ ଜବତ

Sunil Chandra Nayak

ଆଇନ ମହାବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!