ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

ରାଇରଙ୍ଗପୁର -୫/୬/୨୨( ମସିହା) ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ଅଁଳାଯୋଡି ପଞ୍ଚାୟତକୁ ଶୁକ୍ରବାର ଦିନ ରାସନ୍ ପାଇଁ ଯାଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପ୍ରବଳ ଗ୍ରୀଷ୍ମତାତି ଓ ଗୂଳଗୁଳି । ଶୁକ୍ରବାର ଦିନ ରାସନ୍ ହିତାଧିକାରୀ ମାଇନ ମାଝୀ(୩୫) ଚାଉଳ ଆଣିବାକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାଡ଼ିରେ ଠିଆ ହୋଇଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡି ଯାଇଥିଲେ ।ପାଣି ପାଇଁ ଡହଳ ବିକଳ ହେଉଥିଲେ । ତାଙ୍କୁ ସଙ୍ଗେ ସଂଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା ।ପରେ ପରିସ୍ଥିତି ଗୁରୁତର ହେବାରୁ ବାରିପଦା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେଠାରେ ଶନିବାର ମୋର ୫ଟା ସମୟରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଥିଲେ ।ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ତାଙ୍କ‌ପରିବାରକୁ ହସ୍ତାନ୍ତର କରାଯାଇଥିଲା । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା ତାହା ତଦନ୍ତ ସାପେକ୍ଷ ।ଅଁଳାଯୋଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ରାସନ୍ ହିତାଧିକାରୀଙ୍କ ପାଇଁ ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରୀ,ଯୋଗାଣ ସହାୟିକା ଜଳଛତ୍ର ବ୍ୟବସ୍ଥା କରିଥିଲେ କି ନାହିଁ? ସେମାନଙ୍କ ପାଇଁ ବହୁ ଡହ ଖରାରେ ଛାଉଣୀ ବ୍ୟବସ୍ଥା କରାଯାଇଥିଲା କି ? ମହିଳା ଜଣକ ଅଂଶୁଘାତରେ ମରିଛନ୍ତିକି ତାହା ଜିଲ୍ଲାପାଳଙ୍କ ତଦନ୍ତ ଦାବି ହେଉଛି ।ଆଗକୁ ଯେମିତି ସବୁ ପଞ୍ଚାୟତରେ ରାସନ୍ ଓ ଅନ୍ଯ ହିତାଧିକାରୀଙ୍କ ପାଇଁ ଜଳଛତ୍ର ଓ ଛାଉଣୀ ବ୍ୟବସ୍ଥା କରାଯିବାପାଇଁ ସାଧାରଣରେ ଦାବି ହେଉଛି । ନହେଲେ ମାଇନୋ ମାଝୀ ଭଳି ବହୁ ଅମୂଲ୍ୟ ଜୀବନ ଅକାଳରେ ଚାଲିଯିବାର ସମ୍ଭାବନା ଦେଖାଦେଇଛି । ପ୍ରଶାସନିକ ଆର୍ଥିକ ସାହାଯ୍ୟ ଦେବାପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଟ୍ରକ ସହ ବାଇକ ଧକ୍କା, ୨ ମୃତ ୨ ଗୁରୁତର

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା/  “ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ” 

Sunil Chandra Nayak

କାଳବୈଶାଖୀରେ ଉଡିଲା ଘର ର ଛାତ, ବେସାହାରା ହେଲେ ପରିବାର

Leave a Comment

error: Content is protected !!