ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ବ ପରିବେଶ ଦିବସ ପାଳନ

ରାଉରକେଲା/ ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଠାରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଶ୍ରା ବ୍ଳକ ସହ ଶିକ୍ଷାଧିକାରୀ ସତ୍ୟଭାମା ବେହେରା ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଓ ନନ୍ଦିତା ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ବ ପରିବେଶ ଦିବସ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ପ୍ରଦୂଷିତ ପରିବେଶ ଜୀବନକୁ ପ୍ରଭାବିତ କରିଚାଲିଛି। ପରିବେଶ ପ୍ରତି ଆମର ଉଦାସୀନ ମନୋଭାବ ପରିବେଶକୁ ଅଧିକରୁ ଅଧିକ ବିଷାକ୍ତ କରି ଜନସାଧାରଣଙ୍କ ଜୀବନ ଧାରଣରେ ସମସ୍ୟା ସୃଷ୍ଟି କରୁଛି। ମଣିଷ ତା’ର ବିକାଶ ପାଇଁ ବୃକ୍ଷଲତାକୁ ବଳି ପକାଉଛି। ଯେଉଁ ପରିମାଣରେ ଗଛ କଟାଯାଉଛି, ସେହି ପରିମାଣରେ ବୃକ୍ଷରୋପଣ କରାଯାଉନାହିଁ। ଆମ୍ଭମାନଙ୍କର ଏହି ମନୋଭାବ ଯଦି ନ ବଦଳେ ତେବେ ନିକଟ ଭବିଷ୍ୟତରେ ଅମ୍ଳଜାନ ବିନା ଜୀବନ ଦୁର୍ବିସହ ହୋଇପଡିବ।ଯାହା ପାଇଁ ସମସ୍ତେ ସଚେତନ ହୋଇ ପରିବେଶକୁ ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ମତ ରଖିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ନମ୍ରତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ପରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ସହ ପରିବେଶ ସୁରକ୍ଷା ଉପରେ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ମୁଖୀ,ଛାତ୍ର ଛାତ୍ରୀ ସର୍ବଶ୍ରୀ ସୁମନ ପଲାଇ,ଆନନ୍ଦ ମଲ୍ଲିକ, ସୋନାକ୍ଷୀ ଖୁଣ୍ଟିଆ ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ସୁଶ୍ରୀ କରନଜିତ କୌର ପରିବେଶ ସୁରକ୍ଷା ପାଇଁ ଶପଥ ପାଠ ଓ ସୁଶ୍ରୀ ସୃତିଶ୍ରୀୟା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି, ସ୍କାଉଟ୍ ମାଷ୍ଟର ସୁଜିତ୍ ମହାନ୍ତି, ସରିତା ନାୟକ, ଜଲି କାରୁଆ,ସ୍ମିତି ନାଥ,ସୁବ୍ରତା ଦାସ, ନମିତା ପଲାଇ,ସ୍ବତନ୍ତ୍ର ନାୟକ, ମନିଷ ବେହେରା, ପ୍ରମିଳା ରାଉତ, ସୁପ୍ରଭା ମହାନ୍ତି, ଜ୍ୟୋତିରେଖା ପଣ୍ଡା, ମମତା ପରିଡା, ଶ୍ରୀଲେଖା ବେନୁଗୋପାଲ,କାଶୀ ଭେଙ୍କଟରତ୍ନମ,ସୁନିତା ମାହାତୋ, ଶୁଭଲକ୍ଷ୍ମୀ ଦାସ,ସମାଜସେବୀ ନିରଞ୍ଜନ ସାମଲ,ଶିବଶଙ୍କର ଦତ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଭାରତ ବନ୍ଦ କୁ ସମର୍ଥନ ଜଣାଇ ଖଡ଼ିଆଳଠାରେ ୧ ଘଂଟା ପାଇଁ ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ

ଅମୃତ ସରୋବର ପାଇଁ ଭୂମି ପୂଜନ

Sunil Chandra Nayak

ତେରେସିଂହା ବିରାଟ ପର୍ବ: ଚନ୍ଦନ ଯାତ୍ରା ମଞ୍ଚସ୍ଥ

Leave a Comment

error: Content is protected !!