ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ – ରାଇରଙ୍ଗପୁରରେ ବିଶ୍ବ ପର୍ଯ୍ଯାବରଣ ଦିବସ ପାଳିତ

ମୟୂରଭଞ୍ଜ ୫/୬/୨୨(ମସିହା)  ଆଜି ବିଶ୍ବ ପର୍ଯ୍ଯାବରଣ ଦିବସ ।ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବିଶ୍ବ ପର୍ଯ୍ଯାବରଣ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଏନଏସ ଏସ ସାମିଲ ହୋଇଥିଲା । ପ୍ରାରମ୍ଭରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ସମ୍ମଖରୁ ବିଶ୍ବ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଶୋଭାଯାତ୍ରାକୁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ବେହେରା ସବୁଜ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ ।ପରେ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା । ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନ ସହ ସହରବାସୀଙ୍କୁ ପର୍ଯ୍ୟାବରଣ ସଚେତନତା ବାର୍ତ୍ତା ଦିଆଯାଉଥିଲା । ପରେ ରାଇରଙ୍ଗପୁର ବନାଞ୍ଚଳ ସମ୍ମିଳନୀ କକ୍ଷରେ ଏକ ସଚେତନା ବୈଠକ ଡିଏଫଓ ନଳିନୀକାନ୍ତ ବେହେରାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ତଥା ଶିମିଳିପାଳ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି,ପ୍ରଜାପତି ବ୍ରହ୍ମକୁମାରୀ ଐଶ୍ଵାରୀୟ ବିଦ୍ୟାଳୟର ବିକେ ସୁପ୍ରିୟା ଦିଦି,ବିକେ ମିନତୀ ଦିଦି, ଏସିଏଫ ବୈଦ୍ୟନାଥ ମାଝୀ ସାମିଲ ହୋଇଥିଲେ ।ଅଧ୍ୟାପକ ବିଜୟ ରାମ ମଂଚ ପରିଚାଳନା କରିଥିଲେ ।ଆଜିର ଅନୁଚିନ୍ତା ‘ ଏକମାତ୍ର ହିଁ ଧରିତ୍ରୀ’ । ଧରିତ୍ରୀ ହିଁ ଜୀବଜନ୍ତୁ,ବୃକ୍ଷଲତା ଓ ମାନବ ସମାଜକୁ ସନ୍ତୁଳିତ କରି ରଖିଥାଏ ।ବୃକ୍ଷ ଜଙ୍ଗଲ ନଷ୍ଟ ଓ ହ୍ରାସ ଯୋଗୁଁ ପ୍ରଦୂଷଣ, ଜଳବାୟୁରେ ପରିବର୍ତ୍ତନ ଦେଖା ଦେଇଛି।ସିରା ବିଶ୍ବ ଚିନ୍ତିତ ।ଯାହାଯୋଗୁଁ ପ୍ରାକୃତିକ ଅସନ୍ତୁଳନ, ଜଳବାୟୁ ପରିବର୍ତ୍ତନ,ସବୁଜ ଗୃହ ବାଷ୍ପରେ ବୃଦ୍ଧି, ପ୍ରାକୃତିକ ଦୁର୍ବିପାକ ତଥା ଜୈବ ବିବିଧତା ହ୍ରାସ ପାଇବାରେ ଲାଗିଛି ।ଯାହାକି ସମାଜର ଅସ୍ତିତ୍ବ ଏବଂ ସାମାଜିକ ଓ ଅର୍ଥନୈତିକ ଉପରେ ପ୍ରଭାବ ପକାଉଛି ବୋଲି ଡିଏଫଓ ବକ୍ତବ୍ୟରେ ବକ୍ତବ୍ୟ ରଖିଥିଲେ । ତେଣୁ ପ୍ରତ୍ୟେକ ଲୋକ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା,ଗଛର‌ ଯତ୍ନ ନେବା ,ସୁରକ୍ଷା ଦେବା ଉଚିତ ବୋଲି ଡିଏଫଓ ଉପସ୍ଥିତ ଛାତ୍ରଛାତ୍ରୀ,ବନକର୍ମଚାରୀଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡଙ୍କ ସମେତ ବନବିଭାଗ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଓ ସି ଏ ଭିଜନ୍ 24 ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!