ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ପରିବେଶ ଦିବସ ପାଳନ

ନର୍ଲା (ମନିସ): ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ନର୍ଲା ବ୍ଲକ୍‌ର ସର୍ଗିଗୁଡ଼ା,ରୂପ୍ରାରୋଡ଼,ତୁଲାପଡ଼ା,ନିଶାଣପୁର ,ଭାନପୁର ଗ୍ରାମ ପଞ୍ଚାୟତର ଉଲିଶିର୍କା,ଭଟାଙ୍ଗ,ଲାଖଗୁଡ଼ା, ରତନପୁର,ଭାନପୁର ଏବଂ କରଞ୍ଜା ନନ୍ଦଘର ତଥା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି।ମମତା ଅନୁଷ୍ଠାନ ଓ ବେଦାନ୍ତର ମିଳିତ ପରିଚାଳିତ ନନ୍ଦଘର କାର୍ଯ୍ୟକ୍ରମ ଜରିଆରେ ପ୍ରାକ୍‌ ବିଦ୍ୟାଳୟ ଛାତ୍ରଛାତ୍ରୀ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ସଂପର୍କିତ ଚିତ୍ର ଅଙ୍କନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ସଚେତନତା ସୃଷ୍ଟି କରା ଯାଇଥିଲା। ପରିବେଶ ସୁରକ୍ଷା,ଯତ୍ନ,ପଲିଥିନ୍‌ ବର୍ଜନ ଉପରେ ଅଙ୍ଗନୱାଡ଼ି କର୍ମୀ,ନନ୍ଦଘର କର୍ମୀମାନେ ପୃଥକ୍‌ ଭାବେ ବୁଝାଇ ଥିଲେ। ମମତା ଅନୁଷ୍ଠାନ ତଥା ବେଦାନ୍ତ ନନ୍ଦଘର କାର୍ଯ୍ୟକ୍ରମର ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ କ୍ଲଷ୍ଟର କୋଡ଼ିନେଟର୍‌ ପିତାମ୍ବର ଗଉଡ଼,ପ୍ରଶାନ୍ତ ପୋଡ଼,ଶତୃଘ୍ନ ମାଝୀ,ଶାମନ୍ତ ମାଝୀ ସହ ଅଙ୍ଗନୱାଡ଼ି କର୍ମୀ ନନ୍ଦିନୀ ବିଶ୍ୱାଳ,ସରିତା ହରିଜନ, ଦେବକୀ ଭୋଇ,ମୀନା ମାଝୀ,କୌଶଲ୍ୟା ମାଝୀ ପ୍ରଭୃତି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଗୁଡିକର ସଫଳତା ପାଇଁ ସମସ୍ତଙ୍କୁ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୁଣ କୁମାର ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କଲେଇଗାଁ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡାଯାଇଛି ପ୍ରଥମ ପାଣି

ରଶି ଲଗାଇ ଯୁବକ ର ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!