ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବୀନ ନିବାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀ,ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୨ରୁ ୪ ଦିନ ଭିତରେ ସଙ୍ଗଠନ ଦାୟିତ୍ୱ ଦିଆଯିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ନୂଆ ଟିମରେ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାରି ମଧ୍ୟରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀ ନବୀନ ନିବାସରେ ପହଞ୍ଚିଛନ୍ତି ।ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବାଦ୍ ପଡ଼ିଥିବା ମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ବିଦାୟୀ ମନ୍ତ୍ରୀ ।

ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ୨୦୧୪କୁ ଆଖିରେ ରଖି ସଙ୍ଗଠନ ଦାୟିତ୍ୱ ବୁଝିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ରୁ ୪ ଦିନ ଭିତରେ ସଙ୍ଗଠନ ଦାୟିତ୍ୱ ଦିଆଯିବ । ଦଳ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । କୌଣସି ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି । କୋଭିଡ ସମୟରେ ଗୁରୁଦାୟିତ୍ୱ ବହନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନବୀନ ନିବାସରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି ଓ ସୁଶାନ୍ତ ସିଂ ପହଞ୍ଚି ଆଲୋଚନା କରିଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ର “ଅରୁଣ ବଞ୍ଚାଅ ଅଭିଯାନ” କାର୍ଯ୍ୟକ୍ରମ

Sunil Chandra Nayak

ଠେଲକୋମୁଣ୍ଡା ଠାରେ ଭକ୍ତିମୟ ପରିବେଶ ମଧ୍ୟରେ ମହାଭାରତ ପାରାୟଣ ଉଦଯାପିତ

କବିତା ସାହୁ ଙ୍କ କବିତା   ଆସିଲା ବରଷା 

Sunil Chandra Nayak

Leave a Comment

error: Content is protected !!