ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ

ଆନନ୍ଦପୁର -: ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ତରଫରୁ ଆଜି ଇଞ୍ଚୋଳସ୍ଥିତ ମାର୍ଥା ପୋଖରୀ ସନ୍ନିକଟ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ରେ ଚାରାରୋପଣ ସହ ପରିବେଶ ଓ ପୃଥିବୀର ସୁରକ୍ଷା ସମ୍ପର୍କିତ ଏକ ବିଶେଷ ଆସର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମଞ୍ଚର ସଦସ୍ୟମାନେ ଲିମ୍ବ ବନରେ ଲିମ୍ବ ଚାରାରୋପଣ କରିବା ସହ ତାର ଦାୟିତ୍ବ ନେଇ ଉତ୍ତାରିବାକୁ ଶପଥ କରିଥିଲେ ।ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ନୃସିଂହ ଚରଣ ପଣ୍ଡା ସଭାପତିତ୍ବ କରିଥିଲେ । ଆସ୍ଫାୟାର ଶିକ୍ଷା ସମୂହର ସଂଯୋଜକ ଦୁଷ୍ମନ୍ତ ସାହୁ ଅତିଥି ଭାବେ ଯୋଗଦେଇ ଆମ ଧରିତ୍ରୀ ମାର ସୁରକ୍ଷା ଓ ବନୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ, ଅନ୍ୟମାନଙ୍କ ମଧ୍ଯରେ ଜୀବନ ରାଉତ,ସାଇବ ପଣ୍ଡା ,ସତ୍ୟବ୍ରତ ଜେନା,ଅମ୍ଲାନ ଜେନା,ଅଭୟ ଜେନା,ରାଜେନ୍ଦ୍ର ଜେନା,ରାଜ କିଶୋର ଜେନା,ଲିକୁ ଜେନା, ମିକୁ ଜେନା,ଇନ୍ଦ୍ରମଣି ଜେନା,ପ୍ରକାଶ ଜେନା,ବବୁଲ୍ ଜେନା,ଗୋଧନ ଜେନା ଓ ସୁରତ ଜେନା ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ତେଲିବନ୍ଧ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  ମୁଁ ଅଗଷ୍ଟ ପନ୍ଦର ଛେଳି

Sunil Chandra Nayak

ବଙ୍ଗୋମୁଣ୍ଡା ଗ୍ରାମରେ ଜହ୍ନି ଓଷା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!