ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଆସ ଗୋ ମୌସୁମୀ

ଆସ ଗୋ ମୌସୁମୀ

 

ମମତା ସାହୁ

 

ଆସ ଗୋ ମୌସୁମୀ ନ କରି ଉଛୁର

ମେଘ ପାଲିଙ୍କିରେ ବସିକି ଚଞ୍ଚଳ।।

ଅବନୀ ନିଦାଘେ ହୁଏ ହନ୍ତସନ୍ତ

ଅଧିରେ ଡାକୁଛି କର ମୋତେ ଶାନ୍ତ।।

ଭିଜାଇ ଦିଅ ଗୋ ସନ୍ତାପିତ ଧରା

ବରଷା ପୁଲକେ ଶିହରଉ ଧରା।।

ଆସ ଗୋ ମୌସୁମୀ ପାଦ ଝୁମି ଝୁମି

ସ୍ବାଗତ ଜଣାଏ ଶୁଷ୍କ ଧରା ରାଣୀ।।

ପୋଖରି ଗାଡିଆ ନଦୀ ନିର୍ଝରିଣୀ

ଯେତେ ଜଳ ଧାର ବିକଳେ ଡାକନ୍ତି।।

ପଶୁପକ୍ଷୀ ସାରା ଏ ଜୀବ ଜଗତ

ତରୁଲତା ତୃଣ ସଭିଏଁ ତୃଷାର୍ତ୍ତ।।

ଶୁଷ୍କଧରା ତୁମେ କର ପଲ୍ଲବୀତ

ନାଚିବ ମୟୂରୀ ରାଗିଣୀ ସଙ୍ଗୀତ।।

ଶୀତଳ ବାଆକୁ ଶୁଭୁ ଘଡଘଡି

ବିଜୁଳି ଚମକୁ ସଦା ରହି ରହି।।

କଳା ବଉଦର ମାଳାରେ ଭାଷଇ

ଧିରେ ଧିରେ ବର୍ଷା ଦେଗୋ ତୁହାଇ।।

ମହକିବ ମାଟି ପହିଲି ବର୍ଷାରେ

ଭୁରୁ ଭୁରୁ ବାସ୍ନା ଧରଣୀ ହସେରେ।।

ଆସ ଗୋ ମୌସୁମୀ ଶାନ୍ତ ସୀମନ୍ତିନୀ

ତବ ଆଗମନେ ହରଷୁ ଧରଣୀ।।

                   

 ମମତା ସାହୁ
          ଗାଈଗାଁ,କଳାହାଣ୍ତି

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ପାଳିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ଲୀଳା

Leave a Comment

error: Content is protected !!