ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଧର୍ମଗଡ଼ ରେଡ଼କ୍ରସ ରକ୍ତଭଣ୍ଡାର ଠାରେ ଧର୍ମଗଡ଼ ପୋଲିସ ଆନୁକୂଲ୍ୟରେ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଆଜି ଧର୍ମଗଡ଼ ସରକାରୀ ଚିକିତ୍ସାଲୟ ପରିସରରେ ଥିବା ରେଡ଼କ୍ରସ ରକ୍ତ ଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଧର୍ମଗଡ଼ ଡ଼ିଏସପି ଧିରଜ ଚୋପଦାର ଓ ଥାନା ଅଧିକାରୀ ଗୀତାଞ୍ଜଳି ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ସହ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଶିବିରର ଉଦଘାଟନ କରିଥିଲେ। ଏହି ଶିବିରରୁ ପ୍ରାୟ ୫୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଛି। ଡ଼ିଏସପି ଶ୍ରୀ ଚୋପଦାର ସମେତ ଧର୍ମଗଡ଼ ଥାନାର ଅନ୍ୟ ଅଧିକାରୀ ମାନେ ପ୍ରଥମେ ରକ୍ତଦାନ କରି ରକ୍ତଦାନ ପାଇଁ ଆସିଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଵିଦ୍ୟାଧର ସାହୁ, ଆମ ଓଡ଼ିଶା ର ସଂଯୋଜକ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ସୋସିଆଲ ଆକ୍ଟିଭିଷ୍ଟ ଉମାକାନ୍ତ ସୁନାନୀ, ମହେଶ୍ୱର ସୁନାନୀ,ଶ୍ୟାମ ସୁନ୍ଦର ଅଗ୍ରୱାଲ, ଢଗମାଳିଆ ନାଏକ,କମଳାକାନ୍ତ ନାଏକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିବାବେଳେ ଡାକ୍ତର ଖାନାର ମ୍ୟାନେଜର ସୁମେଶ ନାଏକ, ରକ୍ତଭଣ୍ଡାରର ଲାବ୍ ଟେକ୍ନିସିଆନ ଲାବଣ୍ୟ ପଟେଲ,ତିରୁପତି ମୁଣ୍ଡ, ରକ୍ତ ଭଣ୍ଡାର କର୍ମଚାରୀ ଭାରତ କାଣ୍ଡ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। 

ରକ୍ତଦାନ କରି ଅସହାୟ ରୋଗୀଙ୍କୁ ସହାୟତା କରିବା ସହ ପୋଲିସ ଓ ପବ୍ଲିକ ସମ୍ପର୍କକୁ ଆହୁରି ନିକଟତର କରିବାର ଏହି ଶିବିରର ମୁଖ୍ୟ ଉଦେଶ୍ୟ ବୋଲି ଡ଼ିଏସପି ଶ୍ରୀ ଚୋପ ଦାର ପ୍ରକାଶ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ପୁଣି କରୋନା ଭୟ…. ଡାକ୍ତରଖାନା ଗୁଡିକରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

Sunil Chandra Nayak

ବେଦାନ୍ତ ହସ୍ପିଟାଲ ପକ୍ଷରୁ ଏଥର ରୋଗୀଙ୍କ ପାଇଁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ

Sunil Chandra Nayak

Leave a Comment

error: Content is protected !!