ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଶ୍ରୀଜଗନ୍ନାଥଙ୍କ ୩୫ ତମ ପବିତ୍ର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ ତା:06-06-2022(ମସିହା)  ଆଜି ପୂର୍ବାହ୍ନ 11-00 ଘଟିକା ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ତଥା ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ଅଧ୍ୟକ୍ଷତାରେ ଚଳିତ ବର୍ଷ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ତଥା ବାହୁଡା଼ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ।ଉକ୍ତ ବୈଠକରେ ରାଇରଙ୍ଗପୁର ରଥଯାତ୍ରା କମିଟିର ସଭାପତି ତଥା ମୋରଡ଼ା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାସ, ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ନବ ଚରଣ ମାଝୀ ରାଇରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଷେକ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀ, ରଥ କମିଟି ସଦସ୍ୟ,ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଗଣ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।ବୈଠକରେ ପ୍ରତ୍ୟକ ବିଷୟରେ ପୁଙ୍ଖାନୁପୁଙ୍ଖ ଯଥା ଶ୍ରୀ ଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ,ଦୈନନ୍ଦିନ ନୀତିକାନ୍ତି, ଶ୍ରୀଅଙ୍ଗ ଲାଗି ପାଇଁ ବସନ, ଶ୍ରୀ ଜୀଉ ଙ୍କ ପାଖରେ ଲାଗି ହେବା ପାଇଁ ପୁଷ୍ପ,ଭୋଗ ପ୍ରସାଦ ଇତ୍ୟାଦି ଓ ସର୍ବୋପରି ମହାପ୍ରଭୁଙ୍କ ପବିତ୍ର ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ ହେବ ସେଥି ପ୍ରତି ଗୁରୁତ୍ୱ ଆରୋପ କରା ଯାଇଥିଲା । କରୋନା ଯୋଗୁଁ ଗତ ୨ ବର୍ଷ ହେଲା ରଥାଟଣା ବନ୍ଦ ଥିବାବେଳେ ରଥ ନିର୍ମାଣ ପାଇଁ ରହିଥିବା କାଠଗୁଡିକ ର ଅବସ୍ଥା ସଂପର୍କରେ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଥିଲା ।ରଥର ନୂତନ କପଡା ବ୍ୟବସ୍ଥା,ବିଦ୍ୟୁତ ବିଭାଗ,ଆବଶ୍ଯକୀୟ କାଠ ପାଇଁ ବନ ବିଭାଗ,ପାନୀୟ ଜଳ ବନ୍ଦୋବସ୍ତ ପାଇଁ ଜନସ୍ବାସ୍ଥ୍ୟ ବିଭାଗ, ହୋଟେଲ ମାନଙ୍କର ଖାଦ୍ୟମାନ ତଦାରଖ ପାଇଁ ପୌର‌ ଏବଂ ସ୍ବାସ୍ଥ୍ୟ ବିଭାଗ,ରଥ ଦଉଡ଼ି ପାଇଁ ବିଦ୍ୟୁତ,ଗ୍ରାମ ଉନ୍ନୟନ ଓ ପୂର୍ତ ବିଭାଗକୁ ଦାୟିତ୍ଵ,ମାଉସୀମା ମନ୍ଦିର ପାଖରେ ପୋଲିସ ଆଉଟପୋଷ୍ଟ ବ୍ୟବସ୍ଥା, ସ୍ବାସ୍ଥ୍ୟ ବିଭାଗ ଷ୍ଟଲ,ଜନଗହଳି ଓ ପ୍ରବଳ ତାତି ପାଇଁ ପିଏଚଡି ଓ ଅଗ୍ନିଶମ ବିଭାଗ ଙ୍କୁ ପାଣି ସିଞ୍ଚନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିଲା । ରଥଯାତ୍ରାରେ ମାଦକଦ୍ରବ୍ଯ ,ହାଣ୍ଡିଆ ବିକ୍ରି ଉପରେ ଅବକାରୀ ବିଭାଗକୁ ରୋକ ଲଗାଇବାକୁ ନିର୍ଦେଶ ଦିଆଯାଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ସମେତ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ସୁରକ୍ଷା ସଂସ୍ଥାକୁ ନିୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିଭଳି ଚଳିତ ବର୍ଷ ଭିଡ଼କୁ ଦୃଷ୍ଟିରେ ଦେଖି ଟ୍ରାଫିକ ବ୍ୟବସ୍ଥା କଡାକଡି କରିବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ରଥଯାତ୍ରା ପୂର୍ବରୁ ଡ୍ରେନ ନିର୍ମାଣ, ରାସ୍ତାଘାଟ ମରାମତି, ଓ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାପାଇଁ ନିଷ୍ପତ୍ତି ହୋଇଥିଲା । ଚଳିତ ବର୍ଷ ମିନା ବଜାର ରାଇରଙ୍ଗପୁର ବ୍ଳକ ନିଛାଟିଆ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ।ସେଠାରେ ଆଇନଶୃଙ୍ଖଳା,ଆଲୋକ ବ୍ୟବସ୍ଥା ,ପାଣି,ପରିମଳ ପ୍ରତି ଅଧିକ ଧ୍ୟାନ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ,କରଂଜିଆ,ବାମନଘାଟୀ ଉପଖଣ୍ଡର ଆଖପାଖରୁ ପ୍ରବଳ ଜନଗହଳିକୁ ସମ୍ଭାବ୍ୟକୁ ଲକ୍ଷ୍ୟ ରଖି ଅସାମାଜିକ ଲୋକଙ୍କ ଦୌରାତ୍ମ୍ଯ,ଛିନତାଇ,ଲୁଟେରାକୁ ମାତ୍ର ଦେବା,ତଦସହ ମୀନା ବଜାର ସହରଠାରୁ ଦୂରରେ ଥିବାରୁ ସବୁସ୍ଥାନରେ ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା ଓ ଆବଶ୍ୟକତା ଅନୂଯାୟୀ ସିସି କେମେରା ଲଗାଇବାକୁ ମତ ପାଇଥିଲା ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ରାଇରଙ୍ଗପୁର ପୌର ଅଧିକାରୀ ଧର୍ମେନ୍ଦ୍ର ଶତପଥୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ଉପଖଣ୍ଡ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସାଗର ନାଏକ,ରଥ କମିଟି ବରିଷ୍ଠ ସଦସ୍ୟ କୃଷ୍ଣ ବିହାରୀ ମହାନ୍ତି,ମନୋରଂଜନ ମହାନ୍ତି,ମନୋଜ ଦାସଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀ,ରଥ କମିଟି ସଦସ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।ଶେଷରେ ରଥ କମିଟି ଅଧ୍ୟକ୍ଷ ଶ୍ରୀ ରାଜ କିଶୋର ଦାସ ଏହି ପବିତ୍ର ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂପନ୍ନ ପାଇଁ ସମସ୍ତ ସରକାରୀ ଓ ସହବାସୀଙ୍କ ସହଯୋଗ କାମନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ ଜଗନ୍ନାଥ ହୋ

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

Leave a Comment

error: Content is protected !!