ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡ଼ା ର ପ୍ରଥମ ଝିଅ ରଶ୍ମିତା କୁମାରୀ ଇଣ୍ଡୋ – ଚାଇନା ସୀମାରେ ଶତ୍ରୁ ସହ କରୁଛନ୍ତି ମୁକାବିଲା

ରାୟଗଡା  -: ରାୟଗଡ଼ା ଜିଲ୍ଲାରୁ ପ୍ରଥମ ମହିଳା ଭାବେ ଚାନ୍ଦିଲି ଥାନା ଗୋଟିପଡାଗ୍ରାମ ର ରଶ୍ମିତା କୁମାରୀ ସୀମା ସଶସ୍ତ୍ର ବଳରେ ସାମିଲ ହୋଇ ରାୟଗଡ଼ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ରଶ୍ମିତା କୁମାରୀ ଇଣ୍ଡୋ- ଚାଇନା ବୋର୍ଡରେ ଦେଶର ସୁରକ୍ଷାରେ ନୀୟୋଜିତ ହୋଇ ଶତ୍ରୁ ପକ୍ଷଙ୍କୁ ତୀକ୍ଷ୍ଣ ନଜର ରଖିଛନ୍ତି। ୨୦୧୯ ମସିହାରେ ରଶ୍ମିତା ସଶସ୍ତ୍ର ସୀମା ସୁରକ୍ଷା ଦଳରେ ଯୋଗ ଦେଇ ଦୁଇବର୍ଷର ଚେଷ୍ଟା ପରେ ୨୦୨୧ ମସିହାରେ ରଶ୍ମିତା ସୀମା ଶସସ୍ତ୍ର  ଵଳରେ ଚାକିରି ପାଇଥିଲେ। ଚାକିରୀରେ ନିୟୋଜିତ ହେବl ପରେ ଛୁଟିରେ ଆସି ଗାଁ ରେ ପହଞ୍ଚିବା ପାରେ ରାୟଗଡ଼ା ରେଳ ଷ୍ଟେସନରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ତାଙ୍କର ନିଜ ଗାଁ ଗେଟି ପଡ଼ା ବାସୀ ଓ ରାୟଗଡ଼ା ସହର ବାସୀ ତାଙ୍କୁ ସ୍ବାଗତ କରିବା ସହ ଶୋଭାଯାତ୍ରାରେ ତାଙ୍କ ଗାଁ କୁ ପାଛୋଟି ନେଇଥିଲେ। ରଶ୍ମିତା କହିଛନ୍ତି ଯେ ତାଙ୍କର ଏହି ସଫଳତା ପଛରେ ଦୃଢ ନିଷ୍ଠା ଓ ପରିବାର ର ସହଯୋଗ ରହି ଅଛି। ସେ ଆହୁରି କହିଛନ୍ତି ଯେ ମହିଳା ଯୁବ ପିଡି ଏ ଭଳି ସେନାରେ ଯୋଗ ଦେଇ ଦେଶ ମାତୃକାର ସେବା କରିବା ପାଇଁ ସେ ଅୱାହାନ ଦେଇଛନ୍ତି।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ପ୍ରତି ହୃଦୟରେ ତ୍ରିରଙ୍ଗା ଉଡୁ

Sunil Chandra Nayak

ରାଜସ୍ୱ ବିଭାଗ ର ଆକାଉଣ୍ଟ ରୁ ବୃଦ୍ଧାଙ୍କ ଆକାଉଣ୍ଟ କୁ ଚାଲିଗଲା ପଇସା , ଉଠାଣ ଅଭିଯୋଗ ପରେ ୭0 ବର୍ଷୀୟ ବୃଦ୍ଧ କୁ କୋର୍ଟ ଚାଲାଣ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭାବଗ୍ରାହୀ ଭଗବାନ

Sunil Chandra Nayak

Leave a Comment

error: Content is protected !!