ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୌଡ଼ି ପଳାଇବାକୁ ଉଦ୍ୟତ ହେଉଥିବା ବେଳେ ଧରାପଡିଲା ମୋବାଇଲ ଚୋର, ନିର୍ଦ୍ଧୁମ୍ ଛେଚିଲେ ଲୋକେ 

ରୁପ୍ରା, (ମନିସ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ମଙ୍ଗଳବାର ସାପ୍ତାହିକ ବଜାରରେ ଏକ ମୋବାଇଲ ଚୋର ଜଣଙ୍କ ପକେଟ୍ ରୁ ମୋବାଇଲ ଚୋରି କରି ଦୌଡି ପଳାଉଥିବା ବେଳେ ଲୋକଙ୍କ ହାବୁଡରେ ପଡିବାରୁ ଚୋରକୁ କାବୁ କରିବା ସହ ଲୋକେ ଚୋରକୁ ନିର୍ଦ୍ଧୁମ୍ ଛେଚିଲେ ଓ ତାର ପ୍ୟାଣ୍ଟ୍ ପକେଟ୍ ରୁ ଚୋରି ହୋଇଥିବା ମୋବାଇଲ ବାହାର କରାଯାଇ ଥିଲା। ପରେ ୧୧୨ ନମ୍ୱରକୁ ଫୋନ୍ କରିବାରୁ କେସିଙ୍ଗା ଆଦର୍ଶ ଥାନାରୁ ପୁଲିସ୍ ପହଞ୍ଚି ଚୋରକୁ ଅଟକ ରଖିବା ସହ ଚିକିତ୍ସା ନିମନ୍ତେ ରୁପ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ସରିବା ପରେ ପୁଲିସ୍ ଚୋରକୁ ଥାନାକୁ ନେଇଥିଲେହେଁ ଚୋର ପରିଚୟ ପ୍ରଦାନ କରିନଥିବା ପୁଲିସ୍ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ନର୍ଲା ବ୍ଲକ ଅଧିନ ବିଭିନ୍ନ ସାପ୍ତାହିକ ବଜାରରୁ ଅନେକ ମୋବାଇଲ ଚୋରି ହେବାରେ ଲାଗିଥିବା ଓ ଚୋର ଧରାପଡୁନଥିବା ବେଳେ ମଙ୍ଗଳବାର ଜଣେ ଚୋର କୁ ଧରିବାରେ ଲୋକେ ସଫଳ ହୋଇଥିଲେ। ଚୋର ମାନଙ୍କ ଏକ ଗ୍ୟାଙ୍ଗ୍ ଥିବା ଲୋକେ କହିଛନ୍ତି।

Related posts

ଭାଇଚାରାର ନିଦର୍ଶନ ,୨୨୭ ଜଣ ନାଏକ ପରିବାରର ଏକାଠି ନୂଆଁଖାଇ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

କଳାହାଣ୍ଡି ଜିଲ୍ଲାରେ ପୌରପରିଷଦ ନିର୍ବାଚନ ଶେଷ ଭବାନୀପାଟଣା ସର୍ବନିମ୍ନ ଭୋଟ ଓ କେସିଙ୍ଗାରେ ସର୍ବାଧିକ ଭୋଟ ପଡିଛି

Sunil Chandra Nayak

Leave a Comment

error: Content is protected !!