ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପଥ

ପଥ

କାଙ୍ଗାଳୀ ଚରଣ ସେଠୀ

 

ପ୍ରଣୟ ନଦୀର ପଥେ ଦେଖୁଛି ମୁଁ

    କାହା ଚିହ୍ନା ପାଦ ଚିହ୍ନ

ନୀଳ ନିଳୟର ଅଳିନ୍ଦ ବାହାରେ

   ଶୁଭେ କା ନୂପୁର ସ୍ଵନ ।

ପାନ୍ଥଶାଳା କାନ୍ଥେ କାର ଲେଖା ଅଛି

   ଅଙ୍ଗାର ଚିହ୍ନରେ ନାଆଁ

କିଏସେ ତନ୍ମୟୀ କେଉଁ ସ୍ବପ୍ନ ଦ୍ଵୀପେ

   ଉଙ୍କିମାରେ ତାର ଗାଆଁ ?

ତା “ପଥକୁ “ଚାହିଁଛି ମୁଁ ଚୁପି ଚୁପି

ଗୋରା ଜହ୍ନ ଆଲୁଅରେ

ଲତା ପତ୍ରେ ଲୁଚିଛି କି ଲାଜକୁଳି

    କେଉଁ ଅଜଣା ସାଥିରେ?

ଅନେକ ଋତୁର ଚକ୍ରେ କରୁଥିବି

    ଏକା ଅପେକ୍ଷା ତାହାରେ

ଅନେକ ଆଲୋକ ବର୍ଷ ବିତିଯିବ

     ଖାସ୍ ତାର ପ୍ରତୀକ୍ଷାରେ ।

ଅନେକ ଅନେକ ରାତି ଉଜାଗରେ

    ବିତାଇବି ତାର ପାଇଁ

ତଥାପି ଅପେକ୍ଷା ମୋର ଅନନ୍ୟା ସେ

    ଥରେ ଦେଖିବାର ପାଇଁ।

ଯାଜପୁର

Related posts

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ପବିତ୍ର ରଥଯାତ୍ରା

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

Sunil Chandra Nayak

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

Sunil Chandra Nayak

Leave a Comment

error: Content is protected !!