ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଆବସ ଗୃହ କାହା ପାଇଁ ? ମୁରା ଗଉଡ଼ ଘରଖଣ୍ଡିକ ପାଇଁ ନୟାନ୍ତ

ଗୋଳାମୁଣ୍ଡା/୮/୬/ମସିହା/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରୀବ ଲୋକଙ୍କ ପାଇଁ ଆବସ ଯୋଜନାରେ ଘର ଯୋଗାଇ ଦିଆଯାଉଛି,ହେଲେ କେତେକାଂଶରେ ପ୍ରକୁତ ଗରୀବ ଲୋକେ ହନ୍ତସନ୍ତ ହେଉଛନ୍ତି ଓ ଭଙ୍ଗାରୁଜା କୁଡ଼ିଆରେ ଜୀବନ ନିର୍ଵାହ କରୁଥିବା ଦୃଶ୍ୟମାନ ଦେଖିବାଙ୍କୁ ମିଳୁଛି । ଏମିତି ଏକ ଖବର ମିଳିଛି  ଗୋଳାମୁଣ୍ଡା ବ୍ଲକର ଗଣ୍ଡମେର ପଞ୍ଚାୟତର ବାବେଗୁଡା (ଧନାମୁଡା)ପଡ଼ାର ମୁରା ଗଉଡ଼ (୫୫)ପିତା, କନ୍ଦା ଗଉଡ଼ ଙ୍କ ଘରର  କାନ୍ଥ ଭାଙ୍ଗି ଯାଇ ଦୀର୍ଘ ଦୁଇବର୍ଷ ହେଲା ,  ପଞ୍ଚାୟତରେ ଏବଂ ଗୋଳାମୁଣ୍ଡା ରାଜସ୍ୟ ନିରୀକ୍ଷକ ଠାରେ ଜଣାଇ ଥିଲେ ବି ଏ ଜାବତ ଘର ମିଳିଲା ନାହିଁ, ଏହି ସମ୍ପର୍କରେ ଗଣ୍ଡମେର ପିଇଓଙ୍କ ସହ ଫୋନ ଯୋଗେ ବୁଝିବାରୁ ସେ କହିଛନ୍ତି ଯେ ଆମ ପାଖରେ ତାଙ୍କର କିଛି ସୂଚନା ନାହିଁ ତେଣୁ ବିଡିଓ ଙ୍କୁ ଲିଖିତ ଭାବେ ଦେଲ ଇନକଲୋଜିଙ୍ଗ ତାଲିକାରେ ସାମିଲ ହେବ ବୋଲି କହିଛନ୍ତି । ଏଭଳି ସମସ୍ୟା ହେତୁ କୌଣସି ପ୍ରକାର ସହାୟତା ଯୋଗାଇ ଦେଇ ନ ଥିବାରୁ ଖରା, ବର୍ଷାରେ ପରିବାରଙ୍କ ସହ କାଳାତିପାତ କରୁ ଅଛି, କେତେବେଳେ କି ପ୍ରକାର ଦୁର୍ଘଟଣା ଘଟିବ ତେବେ ପ୍ରଶାସନ ଦାୟୀ ରହିବେ ବୋଲି ମୁରା ଗଉଡ଼ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରେ ପ୍ରକାଶକହିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା ସହଭାଗିତା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ବପ୍ନ ଦେବତା

Sunil Chandra Nayak

Leave a Comment

error: Content is protected !!