ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ର ଅନୁସୂଚିତ ଜନଜାତି ସମାବେଶ

କୋକସରା, ମ ନି ସ)  ୮ା୬-କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ର ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଅବସରରେ ବିଜେପି ପକ୍ଷରୁ ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ମହାଭାରତ ପଡିଆ ଠାରେ ଧର୍ମଗଡ ନିର୍ବାଚନ ମଣ୍ଡଳ ସ୍ତରୀୟ ଅନୁସୂଚିତ ଜନଜାତି ସମାବେଶ ଅନୁଷ୍ଠିତ ହୋଇଛି । ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ସଭାପତିତ୍ୱ ଅନୁଷ୍ଠିତ ସମାବେଶରେ କଳାହାଣ୍ଡି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଆଦିବାସୀ ଜନଜାତି ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ଶବର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ ଏବଂ ଏହି ଯୋଜନା କେମିତି ଆଦିବାସୀ ଜନଜାତି ଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ତୃଣମୂଳ ସ୍ତରରେ ଯୋଜନା ର ରୂପାୟନ କରିବାକୁ କର୍ମି ମାନଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ କୋକସରା ବ୍ଲକ ସାଂସଦ ଙ୍କ ପ୍ରତିନିଧି ସୁଧୀର କୁମାର ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, କୋକସରା ମଣ୍ଡଳ ପ୍ରଭାରି ଗରୁଡ଼ ଧ୍ୱଜ ମାଝୀ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଆମପାଣି ମଣ୍ଡଳ ସମ୍ପାଦକ ସନ୍ତୋଷ ମାଝୀ, ନାନକ ଅଗ୍ରୱାଲ ସମେତ ବିଜେପି ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଆମପାଣି ମଣ୍ଡଳ ସମ୍ପାଦକ ମଧୁବନ ପାତ୍ର ପରିଚାଳନା କରିଥିଲେ ।

Related posts

ବ୍ଲକ ସ୍ତରୀୟ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ରାଜେନ୍ଦ୍ର ଦୂରିଆ ଙ୍କୁ ମାଟି ଲଗ୍ନା ସାହିତ୍ୟ ସଂସଦ ଯୁବ ପ୍ରତିଭା-୨୦୨୨ ସମ୍ମାନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

Leave a Comment

error: Content is protected !!