ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପୁଣି ବଢୁଛି କରୋନା..ଡିଜିସିଏର କଡ଼ା ଆଭିମୁଖ୍ୟ

ମାସ୍କ ନପିନ୍ଧିଲେ ବିମାନ ଯାତ୍ରା ମନା….

ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିଥିବା ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏର କଡ଼ା ଆଭିମୁଖ୍ୟ ଜାରି କରିଛନ୍ତି। ବିମାନଯାତ୍ରୀମାନେ ମାସ୍କ ନ ପିନ୍ଧିଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ଏଥିସହିତ ସେମାନଙ୍କୁ ବିଶୃଙ୍ଖଳିତ ଯାତ୍ରୀ ଭାବେ ବିବେଚନା କରାଯିବ ବୋଲି ଡିଜିସିଏ କହିଛି । ଯାତ୍ରୀମାନେ ମାସ୍କ ପିନ୍ଧିବା ନିୟମର ପାଳନ କରୁଛନ୍ତି ନା ନାହିଁ, ତାହାର ତଦାରଖ ସିଆଇଏସଏଫ କରିବ । ବାରମ୍ବାର ଚେତାବନୀ ପରେ ମଧ୍ୟ ଯଦି ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ ନ କରନ୍ତି, ତାହା ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ।ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ କରୁନଥିବାରୁ କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଏଥି ସହିତ ଏହି ଯାତ୍ରୀମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଦେଶରେ ଗତ କିଛି ଦିନ ଧରି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାଲେ ଲାଗିଛି । ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ତିନି ମାସରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ୫ ହଜାର ଟପିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ

Sunil Chandra Nayak

ରୋଟାରୀ କ୍ଳବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ କର୍ମଶାଳା

Sunil Chandra Nayak

କେସିଙ୍ଗା ଏନଏସି ଅଧ୍ୟକ୍ଷ ଙ୍କ ଦ୍ଵାରା ନେତ୍ର ଚିକିତ୍ସାଳୟ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!