ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ ଜାଣିବା ବ୍ରହ୍ମାଙ୍କ ଦଶ ଅଙ୍ଗରୁ ଦଶ ପୁତ୍ରଙ୍କ ଜାତ ବିଷୟରେ

ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ, ସୃଷ୍ଟିକର୍ତ୍ତା ବ୍ରହ୍ମଦେବ ନିଜର ୧୦ଟି ଅଙ୍ଗରୁ ୧୦ ଜଣ ପୁତ୍ରଙ୍କୁ ଜନ୍ମ ଦେଇଥିଲେ । ତାଙ୍କ କୋଳରୁ ପ୍ରଜାପତି, ଆଙ୍ଗୁଳିରୁ ଦକ୍ଷ, ପ୍ରାଣରୁ ବଶିଷ୍ଠ, ଚର୍ମରୁ ଭୃଗୁ, ହାତରୁ ଋତୁ, ନାଭିରୁ ପୁଲକ, କୋଷରୁ ପୁଲସ୍ତ୍ଯ, ମୁଖରୁ ଅଙ୍ଗିରା, ନେତ୍ରରୁ ଅତ୍ରି ଓ ମନରୁ ମରୀଚ ଜନ୍ମ ନେଇଥିଲେ । ଏହା ବ୍ଯତୀତ ବ୍ରହ୍ମାଙ୍କ ହୃଦୟରୁ କାମ, ଆଖିପତାରୁ କ୍ରୋଧ, ଓଷ୍ଠରୁ ଲୋଭ, ବାକ୍ ରୁ ସରସ୍ବତୀ, ଛାୟାରୁ କର୍ଦ୍ଦମ, ଦକ୍ଷିଣ ବକ୍ଷରୁ ଧର୍ମ ଏବଂ ବାମ ବକ୍ଷରୁ ଅଧର୍ମ ଉତ୍ପନ୍ନ ହେଲେ । ଏହାପରେ ବ୍ରହ୍ମା ପୁନଃ ଭଗବାନଙ୍କୁ ସ୍ମରଣ କଲେ । ତାଙ୍କ ଶରୀର ଦୁଇ ଭାଗ ହେଲା- ଗୋଟିଏ ଭାଗରୁ ପୁରୁଷ ଏବଂ ଅନ୍ୟ ଭାଗରୁ ସ୍ତ୍ରୀ ଉତ୍ପନ୍ନ ହେଲା । ପୁରୁଷ ହେଲେ ସ୍ବୟମ୍ଭୁ ମନୁ ଏବଂ ସ୍ତ୍ରୀ ହେଲେ ଶତରୂପା । ମନୁ ଏବଂ ଶତରୂପାଙ୍କ ଠାରୁ ଦୁଇଜଣ ପୁତ୍ର ଓ ତିନିଜଣ କନ୍ୟା ଜନ୍ମ ନେଲେ । ଦୁଇପୁତ୍ର ଥିଲେ ପ୍ରିୟବ୍ରତ ଏବଂ ଉତ୍ତାନପାଦ । କନ୍ୟା ଥିଲେ- ଆକୃତି, ଦେବହୂତି ଏବଂ ପ୍ରସୂତି । ଏହି ୩ କନ୍ୟା ଯଥାକ୍ରମେ- ରୁଚି, କର୍ଦ୍ଦମ ଏବଂ ଦକ୍ଷ ପ୍ରଜାପତିଙ୍କୁ ବିବାହ କଲେ । ପରେ ଏହି ୩ ଦମ୍ପତିଙ୍କ ଠାରୁ ସମସ୍ତ ସୃଷ୍ଟିର ବିସ୍ତାର ହେଲା । ହିରଣାକ୍ଷ ଏହା ଜାଣିବା ପରେ ସମ୍ପୂର୍ଣ୍ଣ ପୃଥିବୀକୁ ଜଳରେ ବୁଡାଇଦେଲା । ଏହାପରେ ବ୍ରହ୍ମାଙ୍କ ନାସିକାରୁ ଭଗବାନ ବରାହ ପ୍ରକଟ ହେଲେ । ସେ ପୃଥିବୀକୁ ଜଳରୁ ଉଦ୍ଧାର କଲେ । ହିରଣାକ୍ଷକୁ ମାରିଲେ ଏବଂ ପୃଥିବୀର ଶାସନ ଭାର ମନୁଙ୍କ ହାତରେ ଦେଇ ଭଗବାନ ସ୍ବଧାମ ଫେରିଗଲେ ।।

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ବିଦ୍ୟାଳୟ ବାରଣ୍ଡାରେ ଅନଶନ, ଆତ୍ମହତ୍ୟାର ଧମକ ଦେଲେ ଅନଶନକାରୀ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପଲ୍ଲୀ ସୀମନ୍ତିନି

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟି ।।

Sunil Chandra Nayak

Leave a Comment

error: Content is protected !!