ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଜଗନ୍ନାଥ

           ଜଗନ୍ନାଥ

                     ଶ୍ଯାମା ପ୍ରସାଦ୍ ବୋଷ୍ 

 

ଜଗନ୍ନାଥ ତୁମେ ଜଗତର ନାଥ 

ଭକତର ବିଶ୍ୱାସ ରେ 

ବିଶ୍ୱାସେ ଭକତ ଡାକୁଥାଏ ପରା 

ପ୍ରତ୍ଯେକ ଟି ନିଶ୍ବାସ ରେ । 

 

ଜଗତ ଉଦ୍ଧାର ରକ୍ଷଣ କାରଣ 

ତାରଣ କର ହେ ପ୍ରଭୁ 

ଜଗନ୍ନାଥ ନାମେ ଝରି ପଡୁ ସଦା 

ତୁମ କରୁଣାର ବିଭୁ । 

 

ଜୟ ଜଗନ୍ନାଥ ଅନାଥ ର ନାଥ 

ନୀଳଗିରି ନାଥ ତୁମେ 

ତୁମରି କରୁଣା ନ କରିବ ଉଣା 

ତୁମ ନାମେ ଭକ୍ତ ଝୁମେ । 

 

ଭକତ ଭାବରେ ଭାବ ବନ୍ଧନରେ 

ବାନ୍ଧି ହୋଇ ଜଗନ୍ନାଥ 

ଶରଧା ବାଲିରେ ଭକ୍ତ ହୃଦୟରେ 

ଦେଖାଇଛ ଭକ୍ତି ପଥ । 

 

ଜଗତରେ ହୁରି ଶ୍ରେଷ୍ଠ ଧାମ ପୁରୀ 

ଜଗନ୍ନାଥ ନାମ ଧରି 

ଜଗତ ଗାଉଛି ଶ୍ରୀକ୍ଷେତ୍ର ଧାଉଁଛି 

ଧେନୁ ପଛେ ବତ୍ସା ପରି ।

 

ପ୍ରଭୁ ଜଗନ୍ନାଥ ଜଗତର ନାଥ 

ଭକ୍ତ ହୃଦ ଭାବଗ୍ରାହୀ 

ଚରାଚର ବିଶ୍ବ ହୋଇଯାଏ ନିଶ୍ବ

ଭକ୍ତ ଭାବେ ଥାଅ ରହି । 

 

ଜଗନ୍ନାଥ ତୁମେ ଶବ୍ଦ ବ୍ରହ୍ମ କ୍ରମେ 

ଆଜିର ଆସରେ ରହି  

ଜଗନ୍ନାଥ ଧ୍ଯାଇ କବି ଲେଖୁଥାଇ

ଜଗନ୍ନାଥ ତୁଣ୍ଡେ କହି ।

 

ଜୟ ଜଗନ୍ନାଥ 

 

ଶ୍ଯାମା ପ୍ରସାଦ୍ ବୋଷ୍ 
ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

ଜୟ ଜଗନ୍ନାଥ ସ୍ବାମୀ 

 

Related posts

masiha

ଓଡ଼ିଆ ଭକ୍ତି ସଙ୍ଗୀତ ‘ନମଃ ଶିବାୟ ଓଁ ‘ ର ଶୁଭ ଉନ୍ମୋଚନ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!