ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଚୁଆଁ ଗାଁରେ ଅଘଟଣ, ବଜ୍ରପାତରେ ୧୧ ଗୋରୁଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୫/୦୬(ମନିସ)– ଅପରାହ୍ନରେ ଲାଞ୍ଜିଗଡ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ଝଡତୋଫାନ ହୋଇଥିଲା । ଏହାସହ ପ୍ରବଳ ବିଜୁଳି ଓ ଘଡଘଡି ମାରିବାରୁ ବଜ୍ରାଘାତରେ ଲାଞ୍ଜିଗଡ ଗ୍ରାମପଞ୍ଚାୟତ ଜାମଚୁଆଁ ଗାଁରେ ୧୧ଟି ଗୋରୁଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଦୁର୍ଗମ ଜାମଚୁଆଁ ଗାଁରୁ ଦୁଇ କିମି ଦୂରରେ ଥିବା ଜଙ୍ଗଲକୁ ଗାଈଗୋରୁ ଚରିବାକୁ ଯାଇଥିବାବେଳେ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଗୋରୁ ମାଲିକମାନେ ଖୋଜାଖୋଜି କରିବାକୁ ଗଲାବେଳେ ଏକ ଗଛତଳେ ଗୋରୁମାନେ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଅପରାହ୍ନ ଚାରିଟା ସମୟରେ ହୋଇଥିବା ବଜ୍ରାଘାତ ଯୋଗୁଁ ୧୧ଟି ଗୋରୁ ମୃତ୍ୟୁମୁଖରେ ପଡିଥିବା ସ୍ପଷ୍ଟ ହେବାପରେ ସେମାନେ ସ୍ଥାନୀୟ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କୁ ଜଣାଇବାରୁ ସରପଞ୍ଚ ଏ ସଂପର୍କରେ ରାଜସ୍ୱ ବିଭାଗ ଓ ପ୍ରାଣୀ ସଂପଦ ବିଭାଗକୁ ଜଣାଇଥିବା ସୂଚନା ମିଳିଛି । ତେବେ ରାତି ହୋଇଯିବାରୁ ସକାଳେ ଘଟଣାସ୍ଥଳରେ ପହଞ୍ôଚ ରାଜସ୍ୱ ବିବାଗ ଓ ପ୍ରାଣୀ ସଂପଦ ବିଭାଗ ସରଜମିନ ତଦନ୍ତ କରିବେ ବୋଲି ଜଣାପଡିଛି । ଆଜିର ବଜ୍ରାଘାତରେ ଜାମଚୁଆଁ ଗାଁର କତୁ ଲୋହରାଙ୍କ ୫ ଗୋଟି, ରବି ମାଝୀଙ୍କ ୨ ଗୋଟି, କାନ୍ଦ୍ରା ମାଝୀ, ଲିଜାଙ୍ଗ ମାଝୀ, ବାରିକ ମାଝୀ, ଲାଲୁ ମାଝୀଙ୍କ ଗୋଟିଏ ଲେଖାଏଁ ଗୋରୁଙ୍କ ମୃତ୍ୟୁ ଘଟିଛି । ତେବେ ଆଗକୁ ଚାଷଋତୁ ଆସୁଥିବାବେଳେ ନିଜର ଗାଈଗୋରୁଙ୍କ ମୃତ୍ୟୁ ଯୋଗୁଁ ଚାଷୀମାନେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏଣୁ ତଦନ୍ତ ପୂର୍ବକ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦାବି ହେଉଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାଗରଣ ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଜଂଗଲୀ ହାତୀ ଠାରୁ ଫସଲ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

Sunil Chandra Nayak

Leave a Comment

error: Content is protected !!