ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାରେ ୩ଟି ନୂଆ ଇଏସ୍‌ଆଇ ହସ୍ପିଟାଲ ଓ ୧୨ଟି ଡିସ୍‌ପେନ୍ସରି ଖୋଲିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ଓଡ଼ିଶାରେ ଆଗାମୀ ଦିନରେ ୩ଟି ନୂଆ ଇଏସ୍‌ଆଇ ହସ୍‌ପିଟାଲ ଓ ୧୨ଟି ଡିସ୍‌ପେନ୍ସରି ଖୋଲିବ। ଅନୁଗୁଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡ଼ାକ୍ତରଖାନା ଏବଂ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରି ମୋଦୀ ସରକାର ଶ୍ରମିକ ଓ କର୍ମଚାରୀମାନଙ୍କୁ ରଜ ସଂକ୍ରାନ୍ତିର ଉପହାର ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ଏହି ଦୁଇଟି ଜନକଲ୍ୟାଣକାରୀ କାମର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ଶ୍ରୀ ପ୍ରଧାନ ଇଆସଆଇ ହସ୍ପିଟାଲକୁ ପ୍ରତ୍ୟକ୍ଷ ଭାବେ ଲୋକାର୍ପଣ କରିବା ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଝାରସଗୁଡ଼ାରେ ଇଆସଆଇର ଉପଆଂଚଳିକ କାର୍ଯ୍ୟାଳୟର ଉଦଘାଟନ କରିଥିଲେ ।

ଏହି ଅବସରରେ ସେ କହିଛନ୍ତି ଯେ କୋଇଲା ଉତ୍ପାଦନରେ ଭାରତବର୍ଷରେ ଅନୁଗୁଳ ଓ ଝାରସୁଗୁଡ଼ା ଅନ୍ୟତମ ଅଂଚଳ । ଏଠାରେ ଜିନ୍ଦଲ, ଟାଟା, ନାଲକୋ ଭଳି ଶିଳ୍ପାନୁଷ୍ଠାନ ସମେତ ଅନେକ ପାୱାର ପ୍ଲାଂଟ୍ ଅଛି । ଜିଲ୍ଲାରେ ରେଳ ବିଭାଗର କାର୍ଯ୍ୟ ସହ ଲଜିଷ୍ଟିକ ଓ ଅନ୍ସିଲାରୀ ଇଣ୍ଡଷ୍ଟ୍ରିର କାମ ବଢ଼ୁଥିବାରୁ ଶ୍ରମିକ ମାନଙ୍କ ଚାହିଦା ବୃଦ୍ଧି ପାଉଛି । ସେହି ଦୃଷ୍ଟିରୁ ବଳରାମପ୍ରସାଦ ଠାରେ ପାଖାପାଖି ୫ ଏକର ପରିମିତ ଜମିରେ ୬୫ କୋଟି ବ୍ୟୟରେ ନର୍ମିତ ଭାରତ ସରକାରଙ୍କ ଇଏସଆଇ ହସ୍ପିଟାଲ ଶ୍ରମିକ ମାନଙ୍କୁ ଚିକିତ୍ସା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଅନୁଗୋଳ ଓ ଝାରସୁଗୁଡ଼ା ଭଳି ଅଗ୍ରଣୀ ଶିଳ୍ପାଂଚଳରେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଓ କଲ୍ୟାଣକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଇଏସଆଇ ଡ଼ାକ୍ତରଖାନା ଫଳରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ସହ ୩ ଲକ୍ଷ ଉପକୃତ ହେବେ । କୋଭିଡ ମହାମାରୀ ସମୟରେ ଏହି ହସ୍ପିଟାଲ ଲୋକଙ୍କ ଜୀବନ ବଂଚାାଇବା ସହ ସଞ୍ଜିବନୀର ବି କାମ ଦେଇଥିଲା ।

ସେହିପରି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ମୋଦି ସରକାରଙ୍କ ଅନ୍ୟ ଏକ ଭେଟି । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲା ପାଖାପାଖି ୨ ଲକ୍ଷ ବୀମାଭୁକ୍ତଧାରୀ ଶ୍ରମିକ ଓ କର୍ମଚାରୀମାନେ ଲାଭ ପାଇବେ । ସେଥିମଧ୍ୟରୁ ଝାରସୁଗୁଡ଼ାରେ ବୀମାଭୃକ୍ତ ୫୪ ହଜାର ଲୋକ ଉପକୃତ ହୋଇପାରିବେ । ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇସିର ଏହି ଉପଆଂଚଳିକ କାର୍ଯ୍ୟାଳୟ ପାଇଁ ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖିଥିଲେ । ଏହାବ୍ୟତୀତ ରାଜ୍ୟରେ ଆଗାମୀ ଦିନରେ ୩ଟି ନୂଆ ଇଏସଆଇ ହସ୍ପିଟାଲ ଓ ୧୨ଟି ଇଆସଆଇ ଡ଼ିସପେନସିଆରୀ ହେବ । ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ, ଯାଜପୁର ଜିଲ୍ଲା ଡ଼ୁବୁରି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପରେ ୩୦ ଶଯ୍ୟା ବିଶିଷ୍ଟ ଇଆସଆଇ ହସ୍ପିଟାଲ ନିର୍ମାଣ କରାଯିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରମ ଶକ୍ତି ହେଉଛି ଓଡ଼ିଶା ଓ ଭାରତବର୍ଷର ଅର୍ଥନୈତିକ ପ୍ରଗତିର ଆଧାରଶୀଳା । ଶ୍ରମିକଙ୍କ ସେବା କଲେ ହିଁ ଦେଶର ଉତ୍ପାଦନ ବଢ଼ିବ । ଦେଶର ଉତ୍ପାଦନ ବଢ଼ିଲେ ଅର୍ଥନୀତି ମଜବୁତ୍ ହେବା ସହ ଗରିବଙ୍କ କଲ୍ୟାଣ ହେବ । ଏହି ମନ୍ତ୍ରରେ ମୋଦି ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଶ୍ରମିକ ମାନଙ୍କ ସର୍ବନିମ୍ନ ପାରିଶ୍ରମିକ ଅଧାରୁ ଅଧିକ ବୃଦ୍ଧି କରାଯାଇଛି । କୋଲ ଇଣ୍ଡିଆ ଦ୍ୱାରା ଶ୍ରମିକ ମାନଙ୍କୁ ବିଶେଷ ପାରିଶ୍ରମିକ ଦିଆଯାଉଛି । ଅପରପକ୍ଷରେ ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର ଭଳି ଖଣି ସମ୍ପନ୍ନ ଜିଲ୍ଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର (ଡ଼ିଏମଏଫ)ର ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠି ଅଧୀନରେ ଅନୁଗୋଳ ପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ରାଜସ୍ୱ ମିଳୁଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୀଳଗିରି ପୁଲିସର ଜୁଲମକୁ ରାୟଗଡାର ଗଣମାଧ୍ୟମ ପ୍ରତିନିଧିଙ୍କ ତୀବ୍ର ନିନ୍ଦା , ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

କବିତା – ସେଇ ମୋ ଜନମ ଭୂଇଁ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଆଜିର ତାଜା ଖବର

Leave a Comment

error: Content is protected !!