ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବପ୍ରଥମ ଅବସର ପ୍ରାପ୍ତ ପଞ୍ଚାୟତ ସଂପାଦକଙ୍କ ଦେହାନ୍ତ , ଅଞ୍ଚଳରେ ଶୋକର ଲହରୀ

ଭବାନୀପାଟଣା— କଳାହାଣ୍ଡି ଜିଲ୍ଲାର ତତ୍କାଳୀନ ପହିଲପାର ଅଞ୍ଚଳର ରାଜଧାନୀ ତଥା କେନ୍ଦ୍ରସ୍ଥଳ ଭାବରେ ଖ୍ୟାତି ଅର୍ଜନ କରିଥିବା ଚାରବାହାଲ ଗ୍ରାମ ପଞ୍ଚାୟତର ସଂପାଦକ ଶ୍ରୀ ହରିହର ଦୁର୍ଗା (୮୩) ଆଉ ନାହାଁନ୍ତି। ଗତ ୯ ତାରିଖ ଦିନ ଅପରାହ୍ନରେ ପ୍ରାୟ ୫ଟା ସମୟରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଏ ଦୁଃଖଦ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଦେଶ ସ୍ଵାଧୀନତା ପ୍ରାପ୍ତି କରିବା ପରଠାରୁ ଯେବେ ଠାରୁ ଗ୍ରାମ ପଞ୍ଚାୟତର ଗଠନ ହେଲା ସେହି ଦିନ ଠାରୁ ଚାରବାହାଲ ସମେତ ତାରାପୁର, ମୋଟର ଅଞ୍ଚଳକୁ ନେଇ ଚାରବାହାଲ ଏକ ସର୍ବ ବୃହତ ପଞ୍ଚାୟତ ଭାବେ ସୁନାମ ଅର୍ଜନ କରିଥିବା ସମୟରୁ ଶ୍ରୀ ଦୁର୍ଗା ସଂପାଦକ ରୂପେ ଦାୟିତ୍ୱ ଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରି ଆସିଥିଲେ। ତତ୍କାଳୀନ ବିଶିଷ୍ଟ ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ହରିଶଙ୍କର ପଣ୍ଡାଙ୍କ ସହିତ ଅଞ୍ଚଳର ବିକାଶ ପାଇଁ ନିଜର ଅହରହ ପ୍ରୟାସ କରି ଲୋକପ୍ରିୟ ହୋଇ ପାରିଥିଲେ। ସଂପାଦକ ଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ସଂପାଦକ ଭାବେ ପୁରସ୍କୃତ ହୋଇଥିବା ଜଣାଯାଏ। ସେ ଜଣେ ସମାଜସେବୀ ସହିତ କ୍ରୀଡାବିତ, ସଙ୍ଗୀତ,ଜ୍ୟୋତିଷ ବିଦ୍ୟାରେ ପାରଙ୍ଗମ ଥିଲେ। ସ୍ଥାନୀୟ ଡମ୍ ସମାଜର ସମ୍ପାଦକ ଭାବେ ମଧ୍ୟ ଦୀର୍ଘ ବର୍ଷ ନିଜର ଦାୟିତ୍ଵ ତୁଲାଇ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକ ଚିନ୍ତନ ପ୍ରତି ଆକୃଷ୍ଟ ହୋଇ ଜୀବନ ଅତିବାହିତ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ତିନି ପୁଅ ବୋହୂ ଓ ନାତି ନାତୁଣୀ ଉପସ୍ଥିତ ରହି ଥିଲେ। ସନ୍ଧ୍ୟା ବେଳକୁ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା, ଜ୍ୟେଷ୍ଠ ପୁତ୍ର ଲକ୍ଷ୍ମୀକାନ୍ତ ଦୁର୍ଗାଙ୍କ ସମେତ ଗୌରୀ ଶଙ୍କର ଦୁର୍ଗା , ସତ୍ୟବାଦୀ ଦୁର୍ଗା,ନାତି ଓମ୍ ପ୍ରକାଶ ଦୁର୍ଗା ଓ ଜୟକିଷନ୍ ଦୁର୍ଗା ପ୍ରମୂଖ ଉପସ୍ଥିତ ରହିଥିଲେ। ଶ୍ରୀ ଦୁର୍ଗା ଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ସାଧାରଣରେ ଆଲୋଚନା ର ବିଷୟ ପାଲଟିଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସୋଦର ଶୋକାକୁଳ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ।

Related posts

ଅବିନାଶ ମହାପାତ୍ର ଙ୍କ କବିତା ହାରି ଯାଇଥିବା ମଣିଷ

Sunil Chandra Nayak

ବର୍ଷା ହେଲେ ପାଠ ପଢା ବନ୍ଦ _ଶିକ୍ଷକ ଛାତ୍ର ଛାତ୍ରୀ ଅଛନ୍ତି ଭିତ୍ତିଭୂମି ନାହି

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଏକାଦଶ ଅଧ୍ଯାୟର ସାରକଥା–୧୧

Sunil Chandra Nayak

Leave a Comment

error: Content is protected !!