ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଶ୍ରାବଣୀ ଗୋ ତୁମେ

ଶ୍ରାବଣୀ ଗୋ ତୁମେ

ଜୟ କୁମାର ମିଶ୍ର 

ଶ୍ରାବଣୀ ଗୋ ତୁମେ, ନୀଳ ଆକାଶର 
କଳା ବଉଦଟି ପରା, 
ଶ୍ରାବଣୀ ଗୋ ତୁମେ, ଶ୍ରାବଣ ମାସର 
ପ୍ରବଳ ବରଷା ଧରା ll
ଆଦ୍ୟ ବରଷାର, କୁଆଁରୀ କନ୍ୟାଗୋ 
ଚପଳ ଛନ୍ଦାଟି ତୁମେ, 
ରିମ ଝିମ ସ୍ବନେ, ମଧୁର ଗୁଞ୍ଜନେ 
ନାଚି ଗାଉଅଛୁ ପ୍ରେମେ ll
ତୁମେ ଅନ୍ନ ଦାତା, ଭୋକିଲାଙ୍କ ମାତା 
ଅକ୍ଷୟ ପାତ୍ରଟି ତୁହି, 
ସବୁଜ ବନାନୀ, କ୍ଷେତ ଓ ପ୍ରାନ୍ତର 
ଗଢି ତୋଳି ଥୋଇ ଦେଉ ll
ସକଳ ଆଶାର, ସବୁ ଭରସାର 
ଅଟୁ ତୁହି ଆଗୋ ଜେମା, 
ଅସୁମାରୀ ସ୍ବପ୍ନ, ପୁଲ୍ଲକର ଦାନ 
ତୋହ ପାଇଁ ଡିଏଁ ସୀମା ll
ଶ୍ରାବଣ ମାସର, ତୋହରି ଆଦର 
ନିତି ବଢ଼ି ବଢ଼ି ଯାଏ, 
ନର ପଶୁ ପକ୍ଷୀ, କୀଟ ଓ ପତଙ୍ଗ 
ତୋର ଜୟ ଗୀତି ଗାଏ ll
ଦାନ ଅବଦାନ, ସେତ ସୀମାହୀନ 
ଆମୁଲ ମୂଳକ ତୁହି, 
ହସି ନାଚି ଉଠେ, ଶସ୍ୟ ଫୁଟି ଉଠେ 
ସୁଶୋଭିତ ହୁଏ ମହୀ ll
ଜାତି ଜାତି ଫୁଲ, ଫଳର ସମ୍ଭାର 
ସଜାଇ ଧରଣୀ ମାତା, 
ତୋହର ସେବାରେ, ସୁବେଶ ଅଭାରେ 
ଫେଡ଼ଇ ସବୁରି ଚିନ୍ତା ll
ଜଳାଶୟ ଧlରା, ନଦୀ, ସରୋବର 
ଭରିଦେଉ କୃପାମୟୀ, 
ଶାନ୍ତ, ଶୀତଳ, ସୁଷମା ସମ୍ବଳ 
ସଜାଇ ଦେଉ ଗୋ ତୁହି ll
ଯେତେବି ବର୍ଣ୍ଣିଲେ, ଉପାମାଟି ଦେଲେ 
ତୋର ସରିସମ କେହି, 
ନହେବେ ସକ୍ଷମ, ନାହିଁ ଅନୁପମ 
ଶ୍ରାବଣୀ ଝୁରୁଛି ଧ୍ୟାୟୀ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା -ଗଜପତି, ଓଡିଶା, 761206

Related posts

ଗାଳ୍ପିକା ମଞ୍ଜୁଳା ରଥଙ୍କ ଗଳ୍ପ ସଂକଳନ ସ୍ମୃତିର ବେଳାଭୂମିରୁ ଉନ୍ମୋଚିତ

Sunil Chandra Nayak

କୋକସରାରୁ ଗଡ଼ିଲା “ପଢ଼ନା ଲିଖନା” ସଚେତନ ରଥ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା – ଜୀବନ ଯୁଦ୍ଧ

Sunil Chandra Nayak

Leave a Comment

error: Content is protected !!