ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସମୟକୁ ପଚ଼ାରିବାକି

ସମୟକୁ ପଚ଼ାରିବାକି

 

                କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ସମୟକୁ ପଚ଼ାରିବାକି ?

କାହିଁକି ସେ ଲଗାଇଛି

ଏତେ ଖେଳ

             ଏତେ ବା କନ୍ଦଳ

କାହିଁକି ସେ ଏତେ ବେଶୀ

              ମାତାଲ୍ ହେଉଛି,

କାହିଁକି ବା ନାଚ଼ୁଛି ସେ

ଥେଇ ଥେଇ/ହାତେ ବାଇ

               କଂସା ଓ ମାଦଳ ।।

 

ସମୟକୁ ପଚ଼ାରିବାକି ??

ସେ କଣ ସେଇ

                 ମାୟାବୀ ପୁରୁଷ,

ଯିଏ ଥରେ ଚ଼ଖାଇଛି

                 କାଦମ୍ବିନୀ ରସ।

ଏବଂ–

ସୃଷ୍ଟି କରିଛି

କୋକୁଆ ନାମ୍ନୀ

ଏକ କାଳ ପୁରୁଷକୁ

         ଯୁଗ ଟିଏ କରିବାକୁ ଶେଷ।।

 

ସମୟକୁ ପଚ଼ାରିବାକି ???

କେତେଦୂର ବାକି ଅଛି

                      ଚ଼ଲାପଥ ଆମ,

କେତେଦୂର ବାକି ଅଛି

ଠିକଣା ସ୍ଥଳଟି

ଆଗକୁ ପଡ଼ିବ ଅବା

                    କେମିତି ସେ ରାସ୍ତା‌

ପାଦ ଏବେ ଥକିଲାଣି

ଅମଡ଼ାରେ

            ବାଟ ଚାଲି ଚାଲି ।।

 

ସମୟକୁ ପଚ଼ାରିବାକି ???

କେଉଁ ଆଡ଼େ ନେଉଛି ସେ

କେଳାସମ

            ପଦ୍ମତୋଳା ଡାକି

ସୁଖର-ଅମରାବତୀକୁ

ନାଁ ଦୁଃଖର

             ନର୍କ-ବଳୟକୁ,

କେଉଁ ଆଡ଼େ ନେଉଛି ସେ

         କେଉଁମନ୍ତ୍ରେ ଅଭିଭୂତ କରି।।

         

କୁମାର ପୁର।ଅନନ୍ତ ପୁର।
ବାସୁଦେବପୁର। ଭଦ୍ରକ।

 

Related posts

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ୫ମ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ ପ୍ରକୃତ ବନ୍ଧୁ

Sunil Chandra Nayak

Leave a Comment

error: Content is protected !!