ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ପକ୍ଷରୁ ବୈଠକ

ନୂଆପଡା: ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ମହାସଙ୍ଘ ର କୋର୍ ଟିମ ର ଏକ ଜରୁରୀ ବୈଠକ ଖଡ଼ିଆଳ ବ୍ଳକ ଦୋହେଲ ପଡ଼ା ସ୍ଥିତ ନିଖିଲ ଓଡ଼ିଶା ଚାଷୀ ମୂଲିଆ ସଙ୍ଘ ର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଜିଲ୍ଲା ସ୍ତରରେ ଶ୍ରମ ବିଭାଗ ଠାରୁ ନେଇ ଜିଲ୍ଲାପାଳ ପର୍ଯ୍ୟନ୍ତ ଜିଲ୍ଲାର ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଦୀର୍ଘ ଦିନ ଧରି ଅନେକ ଆନ୍ଦୋଳନ, ଆଲୋଚନା, ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲା ନାହିଁ କିମ୍ବା କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ।ଏହା ଉପରେ ବୈଠକରେ ବିଚାର ବିମର୍ଷ ହେଲାପରେ ମହାସଙ୍ଘ ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଗାମୀ ଏକ ସପ୍ତାହ ଭିତରେ ଭୁବନେଶ୍ୱର ଯାଇ ସରକାରି ସ୍ତର ରେ ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରାଯିବ।ଦାଦନମୁକ୍ତ ନୂଆପଡା ଜିଲ୍ଲା,ମନରେଗା ପାଉଣା, ମାନରେଗାରେ ଶ୍ରମ ଭିତ୍ତିକ କାମ ଯୋଗାଣ,ବକେୟା ପଡିରହିଥିବା ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସହୟତା ପ୍ରଦାନ,ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ଜିଲ୍ଳା ହେଡକୁଆର୍ଟର କୁ ସ୍ଥାନାନ୍ତରଣ ଇତ୍ୟାଦି ଦାବି କୁ ରାଜ୍ୟ ସରକାରଙ୍କ ଅଧିକାରୀ ଙ୍କ ସମ୍ମୁଖରେ ଦାବିପତ୍ର ଉପସ୍ଥାପନ ସହିତ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ଦାବୀ କରାଯିବ।ନଚେତ ଜିଲ୍ଲା ସ୍ତରରେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ମାଧ୍ୟମରେ ହାସଲ କରିବାପାଇଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ନିଆହୋଇଛି।ଦାଦନ ପ୍ରବଣ ଶ୍ରମିକ ସମସ୍ୟା ବହୁଳ ଜିଲ୍ଲାର ଶ୍ରମିକ ମାନଙ୍କ ସମସ୍ୟା ସମାଧାନରେ ପ୍ରଶାସନିକ ଓ ସରକାରୀ ଅବହେଳା ବିରୁଦ୍ଧରେ ଜିଲ୍ଲାର ଶ୍ରମିକ ନେତା ମାନେ ଘୋର ଉଦବେଗ ପ୍ରକାଶକରିବା ସହିତ ଅସନ୍ତୋଷ ଜାହିର କରିଥିଲେ।ଏହି ବୈଠକରେ ଶ୍ରମିକ ନେତା ସର୍ବଶ୍ରୀ କେଶବ ବେହେରା,ଶୁକ୍ଳାମ୍ବର ନିଆଲ,ପ୍ରଦୀପ ଦଣ୍ଡସେନା,ଅନିରୁଦ୍ଧ ନାଗ, ସୁଖଦେବ ସାହୁ,ଜ୍ଞାନରଞ୍ଜନ ସାହୁ,ଭକ୍ତବନ୍ଧୁ ଧରୁଆ,ଅଜୟ ଧରୁଆ,ପରମା ହଂସ,ଶ୍ରୀନିବାସ ବେହେରା,ଚୈତନ୍ୟ ତାଣ୍ଡି ,ଟିକେଚନ୍ଦ୍ର ବାଗ,ଅନିରୁଦ୍ଧ ହଂସ ପ୍ରମୂଖ ସାମିଲ ହୋଇଥିଲେ। ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ଵୂ ଓ୍ବାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

Sunil Chandra Nayak

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!