ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁମ୍ବାଇରେ ସର୍ବ ଭାରତୀୟ ସାହିତ୍ୟ ସମ୍ମିଳନୀ

ବୀରମହାରାଜପୁର (୧୧/୬) ଗତ କାଲି ତା-୧୦୵୬୵୨୦୨୨ ରିଖ ଦିବା ୩ ଘଟିକା ସମୟରେ ମୁମ୍ବାଇ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତିର ବିକାଶ, ଭାଷା ସଂରକ୍ଷଣ, ତଥା ପ୍ରବାସୀ ଓଡ଼ିଆ ଙ୍କ ମନରେ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ଯ ନେଇ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ସର୍ବଭାରତୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ମାଟିଲଗ୍ନା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ସୂଚନା ଅନୁସାରେ ମହାରାଷ୍ଟ୍ର ପ୍ରବାସୀ ଓଡ଼ିଆ ମହାସଂଘ ଏବଂ ମୁମ୍ବାଇ ସାହିତ୍ୟ ସମାଜର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ସମ୍ମିଳନୀରେ ମୁମ୍ବାଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପରିଚାଳକ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀଯୁକ୍ତ ଭଗବାନ ପଣ୍ଡା ସଭାପତିତ୍ବ କରିଥିଲେ ।ମୁଖ୍ୟ ଅତିଥି ଭାବରେ ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁମ୍ବାଇ ପ୍ରବାସୀ ଓଡିଆ ମଞ୍ଚର ସହକର୍ମିଣୀ କବୟିତ୍ରୀ ଅଳକା ମହାନ୍ତି ଏବଂ ମାଟିଲଗ୍ନା ସାହିତ୍ୟ ସଂସଦର ରାଷ୍ଟ୍ରୀୟ ସଂଯୋଜକ ବିନୟ କୁମାର ଦଣ୍ଡସେନା ଯୋଗ ଦେଇଥିଲେ । ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତ୍ରିପାଠୀ ସଭା ପରିଚାଳନା କରିଥିଲେ ଓ ମୈତ୍ରେୟୀ କାମେଲି (ମୁମ୍ବଇ) ସ୍ଵାଗତ ଭାଷଣ, ଅଧ୍ୟାପକ ସମୀର କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ଅଧ୍ୟାପିକା ଡ. ସୁଜାତା ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନୀଳକାନ୍ତି ପଟ୍ଟନାୟକ ଓ ପ୍ରସନ୍ନ ମେହେର , ଜୟ ପଧାନ , ସୁଷମା ଦାଶ , ସୁବାଷ ତାରିଣୀ ବନ ବିହାରୀ ବିଶ୍ବାଳ ,ଚନ୍ଦ୍ରକଳା ଦେବୀ ,ରଞ୍ଜିତା ସାହୁ , ରଶ୍ମୀରଞ୍ଜନ ସାହୁ ପ୍ରମୁଖ ୫୩ ଜଣ କବି ଓଡ଼ିଶାରୁ ଯୋଗ ଦେଇଥିବା ବେଳେ ମୁମ୍ବାଇର ବହୁ ବିଶିଷ୍ଟ ପ୍ରତିଭାବାନ କବି ଯୋଗଦାନ କରି ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ମାଟିଲଗ୍ନା ସାହିତ୍ୟ ସଂସଦର ଷଷ୍ଠ ତ୍ରୟୋମାସିକ ପତ୍ରିକା “ମାଟିଲଗ୍ନା” ଉନ୍ମୋଚନ କରାଯାଇଥିଲା ବୋଲି ସଂସଦର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀ ପ୍ରକାଶ କରିଛନ୍ତି । ଆସନ୍ତା ତା ୧୨/୦୬/୨୨ ରେ ଦ୍ବାରିକା ଠାରେ ଆଉ ଏକ ସର୍ବ ଭାରତୀୟ ସାହିତ୍ୟ ସମ୍ମିଳନୀ ଆୟୋଜନ କରାଯିବା ନେଇ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି ।

ଶୁଭ୍ରାଂଶୁ ଶେଖର ପାଢ଼ୀ ଙ୍କ ରିପୋର୍ଟ।

Related posts

ନିଖିଳ ଉତ୍କଳ ସି .ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ସାଙ୍ଗଠନିକ ନିର୍ବାଚନରେ ପ୍ରଦୀପ କୁମାର ସାହୁ ହେଲେ ସଭାପତି

Sunil Chandra Nayak

ବଜ୍ରାଘାତ ରେ ଦୁଇ ମଇଁଷି ମୃତ୍ୟ

ବରିଷ୍ଠ ବ୍ୟକ୍ତି ଙ୍କ ପରଲୋକ ରେ ଭୂବନ ଅଞ୍ଚଳ ରେ ଶୋକ ର ଛାୟା

Sunil Chandra Nayak

Leave a Comment

error: Content is protected !!