ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଗ୍ରୀଷ୍ମକାଳୀନ କରାଟେ ଶିବିର ଉଦଯାପିତ ଓ ପ୍ରମାଣ ପତ୍ର ବଣ୍ଟନ

ରାଉରକେଲା/ ସିତୋ-ରିଓ କରାଟେ ଡୋ ଆସୋସିଏସନ୍ ତରଫରୁ ଗତ ମେ ମାସ ୨୦ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ହୋଇ ଏଥିରେ ପ୍ରଶିକ୍ଷଣ ଲାଭ କରିଥିବା ଶିକ୍ଷାର୍ଥୀ ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ସେକ୍ଟର ୧୮ ସ୍ଥିତ ଇସ୍ପାତ ଗୁରୁଦ୍ବାରା ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ସାମ୍ବାଦିକ ତଥା କବି କୁଂଜବିହାରୀ ରାଉତ, ଇସ୍ପାତ ଗୁରୁଦ୍ବାରା ର ସଭାପତି ସର୍ଦ୍ଦାର ମୋହନ ସିଂ, ଗୁରୁଦ୍ବାରା ରାଜ୍ୟ ସଂପାଦକ ଇନ୍ଦରଜିତ ସିଂ ଓ ଇସ୍ପାତ ଗୁରୁଦ୍ବାରା ସଂପାଦକ ସର୍ଦ୍ଦାର ବଲବିନ୍ଦର ସିଂ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ପ୍ରଶିକ୍ଷିତ ହୋଇଥିବା ଶିକ୍ଷାର୍ଥୀ ମାନେ କାତା, ଫାଇଟ୍, ରୋଡ ଫାଇଟ, ଷ୍ଟିକ ଫାଇଟ୍ ଆଦି କୌଶଳ ପ୍ରଦର୍ଶନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ସାଂପ୍ରତିକ ସ୍ଥିତିରେ କରାଟେ ଶିଖିଲେ କେବଳ ଆତ୍ମରକ୍ଷା ରେ ସାହାଯ୍ୟ କରେନାହିଁ ମାନସିକ ଓ ଶାରୀରିକ ସୁସ୍ଥ ରହିବା ସହ ଆତ୍ମବିଶ୍ବାସ ତଥା ମନୋବଳ ବଢାଇଥାଏ। କୌଶଳ ପ୍ରଦର୍ଶନ ପରେ ଶିକ୍ଷାର୍ଥୀ ଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ମୁଖ୍ୟ ପ୍ରଶିକ୍ଷକ ଧର୍ମେନ୍ଦ୍ର ସିଂ,କୋଚ ସୁରଜ ମହାନ୍ତି, ଇପ୍ସିତା ରାଣୀ ସାହୁ, ନାରାୟଣ ପ୍ରଧାନ, ଆନନ୍ଦ ମଲ୍ଲିକ, ଆଲୋକ ପ୍ରଧାନ, ଦେବଦତ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ଦ୍ବିତୀୟ ତମ ପ୍ରତିଷ୍ଠା ଦିବସ

Sunil Chandra Nayak

କରଞିଗୁଡା ନିକଟରୁ ଗଞେଇ ଜବତ

ବେଣୁଧର ସୂତାର ଙ୍କ କବିତା ଭାବ ବଣିକ 

Sunil Chandra Nayak

Leave a Comment

error: Content is protected !!