ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସ ଦୁର୍ଘଟଣା ରେ କୋକସରା ବ୍ଲକ ର ଦାଦନ ଯାଉଥିବା ଶ୍ରମିକ ଙ୍କ ମୃତ୍ୟୁ, ଜଣେ ଗୁରୁତର

କୋକସରା,୧୩/୬- ( ମ ନି ସ  ) ପରିବାର ର ଆର୍ଥିକ ବୋଝ ଆଗରେ ହାର ମାନି ଦାଦନ ଖଟିବାକୁ ହାଇଦ୍ରାବାଦ କୁ ଗତକାଲି ସନ୍ଧ୍ୟାରେ ଗାଁ ରୁ ବାହାରି ଥିଲେ ଦୁଇଜଣ ଯୁବକ । ଭବାନୀପାଟଣା ରୁ ହାଇଦ୍ରାବାଦ ଯାଉଥିବା ସି.ଜି ୨୭ ଏମ୍ ୩୧୪୮ ନମ୍ବର ର ସଙ୍ଗୀତା ନାମକ ଏକ ବେସରକାରୀ ବସରେ ଆମପାଣି ରେ ଚଢିଥିଲେ କନ୍ଦାଗଡ଼ ଗାଁ ର ଦୁଇ ଯୁବକ । ଯାଉଥିବା ସମୟରେ ମାଲକାନଗିରି ସୀମାନ୍ତ ବୋଡୁଗୁଡମ ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବସ ଦୁର୍ଘଟଣା ରେ ୫ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଭଦ୍ରାଚଳମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୃତକ ଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ଼ ଗ୍ରାମର ଦୟା ଦଳପତି ଙ୍କ ପୁଅ ଧନେଶ୍ୱର ଦଳପତି (୩୦) ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ କମଳ ଦିଶାରୀ ଙ୍କ ପୁଅ ବିଦ୍ୟା ଦିଶାରୀ (୨୨) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଗତକାଲି ସନ୍ଧ୍ୟାରେ ଭବାନୀପାଟଣା ରୁ ବିଜୟୱାଡା ଦେଇ ହାଇଦ୍ରାବାଦ ଆସୁଥିବା ଘରୋଇ ବସ ସଂଗୀତା ଭାରସାମ୍ୟ ହରାଇ ଓଲଟିଥିଲା। ଏହି ଖବର ଆଜି ମୃତକ ଙ୍କ ଘରେ ପହଞ୍ଚିବା ପରେ କନ୍ଦାଗଡ଼ ଗାଁ ରେ ଶୋକ ର ଛାୟା ଖେଳିଯାଇଛି। ଗାଁରୁ ମୃତକ ଙ୍କ ସମ୍ପର୍କୀୟ ମାନେ ଶବ ଆଣିବା ପାଇଁ ଭଦ୍ରାଚଳମ ଅଭିମୁଖେ ବାହାରିଥିବା ସୂଚନା ମିଳିଛି। ତେବେ ବିଗତ ଏକ ମାସ ମଧ୍ୟରେ କୋକସରା ବ୍ଲକ ର ୩ ଜଣ ଯୁବକ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ ପ୍ରତିଦିନ କୋକସରା ବ୍ଲକ ରୁ ବହୁ ସଂଖ୍ୟକ ଯୁବକ ଦାଦନ ଖଟିବାକୁ ହାଇଦ୍ରାବାଦ ଅଞ୍ଚଳ କୁ ଏମିତି ବେଆଇନ ଭାବେ ଦାଦନ ଖଟିବାକୁ ଯାଇ ଅକାଳ ରେ ଜୀବନ ହାରୁଥିବା ଘଟଣା ଦେଖିବାକୁ ମିଳୁଛି।

Related posts

ଜୁନାଗଡ ପୌରପରିଷ ନିର୍ବାଚନରେ ବିଜେଡି ଗଡକୁ ଭାଙ୍ଗିଲା ବିଜେପି

Sunil Chandra Nayak

ତେରେସିଂହା କୁରାଳ ପଞ୍ଚମୀ ଉଦଯାପିତ

Sunil Chandra Nayak

ଲୋକପ୍ରତିନିଧିଙ୍କ 5 ଟି ସ୍କୁଲ ପରିଦର୍ଶନ , ନିମ୍ନମାନର କାମ ହୋଇଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!