ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଦାନ୍ତ ଲିମିଟେଡର ନୂତନ ବିସ୍ଥାପିତ କଲୋନୀ ନିର୍ମାଣ ନିମ୍ନମାନର ଅଭିଯୋଗ

 ଲାଞ୍ଜିଗଡ଼ଠାରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଫେରାଦ ହେଲେ ବିସ୍ଥାପିତ ପରିବାର

ଲାଞ୍ଜିଗଡ଼,୧୩/୦୬(ମନିସ)– କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ପକ୍ଷରୁ ଏହାର ପ୍ରକଳ୍ପ ସଂପ୍ରସାରଣ କରାଯାଉଛି । ଏଥିପାଇଁ ଲାଞ୍ଜିଗଡ ପ୍ରକଳ୍ପକୁ ଲାଗି ରହିଥିବା ବନ୍ଧଗୁଡା, ରେଙ୍ଗୋପାଲି ଓ କୋଟଦ୍ୱାର ଗାଁକୁ ବିସ୍ଥାପିତ କରିବାକୁ କଂପାନୀ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବିନା ଅନୁମତିରେ ସଂପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ସମସ୍ତ ପ୍ରକାର ବିସ୍ଥାପନ ନୀତିକୁ ଉଲ୍ଲଂଘନ କରି କଂପାନୀ ତାର ପ୍ରକଳ୍ପ ସଂପ୍ରସାରଣ କାର୍ଯ୍ୟ ଚଳାଇଥିବା ନେଇ ଅଭିଯୋଗ ଉଠିଛି । ଏପରିକି ଅନେକ ଚାଷୀଙ୍କ ଚାଷଜମି ଓ ସ୍ଥାନୀୟ ବାସିନ୍ଦାଙ୍କ ଜମିକୁ ଅଧିଗ୍ରହଣ କରିଥିବାବେଳେ ଏଥିପାଇଁ ଧାର୍ଯ୍ୟ କ୍ଷତିପୂରଣ ରାଶି ବି ପ୍ରଦାନ କରାଯାଇନଥିବା ଅଭିଯୋଗ ହେଉଛି । ଏହିପରି ଭାବେ ତିନୋଟି ଗାଁର ଲୋକଙ୍କୁ ବିସ୍ଥାପନ ପରେ ରହିବା ପାଇଁ ନିୟମଗିରି ବେଦାନ୍ତ ନଗର ସାମ୍ନାରେ ନୂତନ ବିସ୍ଥାପିତ କଲୋନୀ ତିଆରି କରାଯାଉଛି । ତେବେ ଏହି କାମ କରୁଥିବା ଠିକାସଂସ୍ଥା ଅତ୍ୟନ୍ତ ନିମ୍ନମାନର କାମ କରୁଥିବା ନେଇ ଅଭିଯୋଗ କରିଛନ୍ତି ବିସ୍ଥାପିତ ହେବାକୁ ଯାଉଥିବା ରେଙ୍ଗୋପାଲି, ବନ୍ଧଗୁଡା ଓ କୋଟଦ୍ୱାର ଗ୍ରାମବାସୀ । ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଗସ୍ତ ସମୟରେ ସେମାନେ ଲାଞ୍ଜିଗଡଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏନେଇ ଅଭିଯୋଗ କରିଥିଲେ । ଏହାସହିତ ବେଦାନ୍ତ ଲିମିଟେଡ ସବୁଯାକ ନୀତି ନିୟମକୁ ଉଲ୍ଲଂଘନ କରୁଥିବାବେଳେ ସ୍ଥାନୀୟ ବିସ୍ଥାପିତ ଓ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ସେମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ମନ୍ତ୍ରୀ ଶ୍ରୀ ମୁଣ୍ଡା ଖୁବ୍ ଶୀଘ୍ର ଏଥିପ୍ରତି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ 

Sunil Chandra Nayak

ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

Sunil Chandra Nayak

କବିତା ସାହୁ ଙ୍କ କବିତା କାର୍ତ୍ତିକ ବ୍ରତ

Sunil Chandra Nayak

Leave a Comment

error: Content is protected !!