ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

ରଜ ମଉଜ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ବନସ୍ତେ ଡାକିଲା ଗଜ

ବରଷକ ଥରେ ଆସିଛି ରଜ

ସଙ୍ଗାତ ହେ ଘେନି ନୂଆଁ ସଜବାଜ ll

 

ଚାରି ଆଡେ଼ ଖୁସୀ ମଜା

ନୂଆଁ ବେଶ ପୁଣି ହେ ସାଜସଜ୍ୱା

ସଙ୍ଗାତ ହେ ମନରେ ବାଜୁଛି ବାଜା ll

 

ପିଠା ପଣା ଘରେ ଘରେ

ସାଇ ଓ ପଡିଶା ସାଙ୍ଗ ସାଥିରେ

ସଙ୍ଗାତ ହେ ପାନ ଖିଲ ଟି ପାଟିରେ ll

 

ରଜ ଦୋଳି ଠାରେ ମନ

କେତେ ଲୋଭନୀୟ ଲାଗେ ଜୀଵନ

ସଙ୍ଗାତ ହେ ରଜ ପରବ ମହାନ ll

 

ବସୁମତୀ ସ୍ନାନ କରି

ନାରୀଙ୍କ ମନରେ ଉଲ୍ଲାସ ଭରି

ସଙ୍ଗାତ ହେ ସଫା ଦିଶେ ଘର ବାରି ll

 

ଭାଇଚାରା ଭାବ ବୁଣି

ଓଡ଼ିଶାର ସବୁ ଭାଇ ଭଉଣୀ

ସଙ୍ଗାତ ହେ ପାକୁଛନ୍ତି ରଜ ପୁଣି ll

 

ମହାନ ଆମ ରାଇଜ

ପୁନିଅ ପରବ ବଡ଼ ମଉଜ

ସଙ୍ଗାତେ ହେ ହେବା ରଜ ସଜବାଜ ll

 

ଫୁଲବାଣୀ, କନ୍ଧମାଳ

Related posts

ଥୁଆମୂଳ ରାମପୁର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ‘ଓଜନ ଉତ୍ସବ” ଅନୁଷ୍ଠିତ

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ ଅଭୟ ବର

Sunil Chandra Nayak

Leave a Comment

error: Content is protected !!