ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

 

        ଜନମାନସରେ କୁବେରଙ୍କ ସମ୍ପର୍କରେ ଏକ ଲୋକକଥା ପ୍ରଚଳିତ ରହିଛି । କୁହାଯାଏ ଯେ, ପୂର୍ବଜନ୍ମରେ କୁବେର ଚୋର ଥିଲେ । ସେ ଏମିତି ଚୋର ଥିଲେ ଯେ, କେବଳ ଦେବମନ୍ଦିରରୁ ଚୋରି କରୁଥିଲେ । ଥରେ ଚୋରି କରିବା ପାଇଁ ଏକ ଶିବ ମନ୍ଦିରକୁ ଗଲେ । ମନ୍ଦିରରେ ବହୁତ ଧନ ସମ୍ପତ୍ତି ଥିଲା । ଏହାକୁ ପାଇବା ପାଇଁ କୁବେର ଦୀପ ଜଳାଇଲେ । କିନ୍ତୁ ପବନ ବହିବା କାରଣରୁ ଦୀପ ଲିଭିଗଲା । କୁବେର ପୁଣି ଦୀପ ଜଳାଇଲେ । ଏହିପରି କିଛି ସମୟ ପରେ ଭୋଳାଶଙ୍କର ଚୋରର ମତିଗତିକୁ ବୁଝିପାରି ପ୍ରସନ୍ନ ହୋଇ ପର ଜନ୍ମରେ କୁବେରକୁ ଧନପତି ହେବାର ଆଶୀର୍ବାଦ ପ୍ରଦାନ କଲେ ।

      କୁବେରଙ୍କ ସମ୍ପର୍କରେ କୁହାଯାଇଛି ଯେ, ତାଙ୍କର ତିନୋଟି ଗୋଡ ଏବଂ ୮ ଟି ଦାନ୍ତ ରହିଛି । ଅସୁର ପଣରେ କୁବେର ପ୍ରସିଦ୍ଧ ଅଟନ୍ତି । ଏସବୁ କଥାରୁ ଜଣାପଡେ ଯେ, କୁବେର ଧନପତି ହୋଇ ମଧ୍ୟ ବ୍ଯକ୍ତିତ୍ବ ଏବଂ ଚରିତ୍ରରେ କୌଣସି ଆକର୍ଷକ ନୁହନ୍ତି । କୁବେରଙ୍କୁ ଯକ୍ଷ ମଧ୍ୟ କୁହାଯାଏ । ଯକ୍ଷ ଧନର ରକ୍ଷକ ଅଟନ୍ତି । କୌଟଲ୍ଯ ମଧ୍ୟ ଧନରକ୍ଷକ ଭାବରେ କୁବେରଙ୍କ ମୂର୍ତ୍ତି ରଖିବା ବିଷୟ ବର୍ଣ୍ଣନା କରିଛନ୍ତି । ଅନାର୍ଯ୍ୟ ଦେବତା କୁବେରଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଆର୍ଯ୍ୟ ଦେବ ମଧ୍ୟ ସ୍ବୀକାର କଲେ । ପରବର୍ତ୍ତୀ କାଳରେ ପୂଜାରୀ ଏବଂ ବ୍ରାହ୍ମଣମାନେ ମଧ୍ୟ କୁବେରଙ୍କ ପ୍ରଭାବରେ ପ୍ରଭାବିତ ହେଲେ । କିନ୍ତୁ ପରବର୍ତ୍ତୀ କାଳରେ କୁବେରଙ୍କ ଏହି ପ୍ରଭାବ ରହିଲା ନାହିଁ । ତେଣୁ କୁବେର ଦେବତା ଧନପତି ହୋଇ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଲେ ଏବଂ ଧନପ୍ରାପ୍ତି ପାଇଁ ଲୋକମାନେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାରେ ଲାଗିଲେ । ମାତା ଲକ୍ଷ୍ମୀ ଧନ ସହିତ ମଙ୍ଗଳ ଭାବ ଯୋଡି ହୋଇ ରହିଛି ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ଆଇଡ଼ିଏଲ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା

Sunil Chandra Nayak

ଜାମଚୁଆଁ ଗାଁରେ ଅଘଟଣ, ବଜ୍ରପାତରେ ୧୧ ଗୋରୁଙ୍କ ମୃତ୍ୟୁ

Sunil Chandra Nayak

ବିଧାୟକଙ୍କ ପ୍ରଚେଷ୍ଟାରେ ହମିରପୁରର କବରସ୍ଥାନର ଉନ୍ନତିକରଣ

Sunil Chandra Nayak

Leave a Comment

error: Content is protected !!