ମାତୃ ଭୂମି ର ସେବକ
ସୁରେଶ ଚନ୍ଦ୍ର ପାଢୀ
ଏକ ଚିଠି ଟିଏ ପାଇଲି।
ସେଇଠୁ ସିଧା ବାହାରିଲି ଘରକୁ । ପହଞ୍ଚିଲା ବେଳକୁ ଦାଣ୍ଡ ପିଣ୍ଡାରେ ସୋନୀ ଅପେକ୍ଷା କରିଥିଲା; ସତେ ଯେମିତି ମୋ ଆସିବା ଖବର ଧାଇଁ ଯାଇ ପ୍ରଥମେ ମାଆକୁ ଦେବ । ଗାଆଁ ଲୋକ ମାନେ ମୋତେ ଦେଖି ଟୁପୁରୁ ଟାପୁରୁ ହେଉଥିଲେ । ଘର ଭିତରେ ମାଆ ବିଛଣାରେ ଶୋଇଥିଲା । ସୋନୀ ଡାକ ଛାଡୁଥିଲା, ମାଆ! ଭାଇ ଆସିଲେଣି । ମୋତେ ଦେଖି ବାପା ବ୍ୟସ୍ତ ହୋଇ ପଡ଼ିଲେ । କହିଲେ ତୋ ମା ଅବସ୍ଥା ଅତ୍ୟନ୍ତ ଖରାପ । ମୋର ସବୁ ଚେଷ୍ଟା ବିଫଳ ହେଲାଣି । ମୋ ଆସିବା ଖବର ଶୁଣି ମାଆ ଆଖି ଖୋଲିଲା । ସୋନୀକୁ ଠାରିଲା, ମୋତେ ଡାକି ଦେବା ପାଇଁ ।
ମାଆର ଏପରି ଅବସ୍ଥା ଦେଖି ନିଜକୁ ଧିକ୍କାର ଆସୁଥାଏ । ଜନ୍ମଭୂମିକୁ ରକ୍ଷା କରିବା ଆଳରେ ଜନ୍ମଦାତ୍ରୀକୁ ଅବହେଳା କରିଥିବା ଭଳି ଅପରାଧ ବୋଧ ହେଉଥାଏ । ମନେ ହେଉଥାଏ ଯିଏ ନିଜ ମାଆର ସେବା କରି ପାରୁନି, ସେ ସୀମାରେ ବନ୍ଧୁକ ଧରି କେମିତି ଦେଶ ମାତୃକାର ସେବା କରି ପାରିବ ।
ମା ମୋତେ ପାଖକୁ ଡାକି କହିଲା ପୁଅ ମୁଁ ତୋର ଆସିବା ବାଟ କୁ ଚାହଁି ରହି ଥିଲି।ତୋତେ ପାଠ ପଢାଇ ମଣିଷ କଲି।ଭାବି ଥିଲି ତୁ ମୋ ପାଖରେ ରହିବୁ।ମୋ ମୁହଁ ରେ ଶେଷ ରେ ପାଣି ଦେଇ ମୋତେ ମୁକ୍ତି କରିବୁ।ହେଲେ ତୁ ଦେଶର ସୈନିକ ହେଲା ଦିନଠୁ ମୋତେ ଛାଡି ଦୂର ରାଇଜ ରେ ରହିଲୁ।ପୁଅ ତୋ ମାଆ ର କଥା କଣ ତୋର ମନେ ପଡ଼ୁନି।
ଆରେ ମୁଁ ତୋର ସେଇ ମାଆ ଯିଏ ତୋତେ ଖୁଆଇବା ପାଇଁ କେତେ ଗପ କହୁ ଥିଲା।ତୋର ଦେହ ଖରାପ ହେଲେ ରାତି ରାତି ଉଜାଗର ରହୁ ଥିଲା।ହେଲେ ଆଜି ତୁ ମୋତେ ଛାଡି ବିଦେଶ ରେ ରହିଲୁ।ଦିନୁ ଟେ ମୋ କଥା ଭାବିଲୁ ନାହିଁ।ମୁଁ ଆଉ କେତେ ଦିନ ରହିବି ରେ ।ତୋତେ ଦେଖି ଆଜି ମୋ ମନ ଶାନ୍ତି ହୋଇ ଗଲା।
ମାଆ ର କଥା ଶୁଣି ମୋ ଆଖିରେ ଲୁହ ଆସି ଗଲା ।ମୁଁ ଯାଇ ମାଆ ର ଗୋଡ଼ ତଳେ ପଡି ଗଲି।କହିଲି ମାଆ ତୁ ପରା ମୋତେ ପିଲା ବେଳେ କହି ଥିଲୁ।ଜୀବନ ରେ କେବେ ମାତୃ ଭୂମି ଓ ମାତୃ ଭାଷା କୁ ଭୁଲି ଯିବୁ ନାହିଁ।ଯିଏ ମାତୃ ଭୂମି ଓ ମାତୃ ଭାଷା କୁ ଭୁଲି ଯିବ ସିଏ କେମିତି ନିଜ ମାଆ ର ହୋଇ ପାରିବ।ମାଆ ତୁ ପରା ମୋତେ ଶିଖାଇ ଥିଲୁ ମୁଁ ବଡ଼ ହୋଇବି ମୋ ମାତୃ ଭୂମି ର ସୁରକ୍ଷା କରିବି।ଆଜି ତୋ ପାଖକୁ ମୁ ଆସିଛି
ଖାଲି ତୋ ପୁଅ ହୋଇ ନୁହେଁ ମୋ ଭାରତ ମାତାର ସନ୍ତାନ ହୋଇ।ମୋ ଜନ୍ମ ଭୂମି ପାଇଁ ପ୍ରାଣ ବଳି ଦେଇ ଦେବି ପଛେ କେବେ ଫେରି ଆସିବି ନାହିଁ।
ମୋ କଥା ଶୁଣି ମାଆ ମୋତେ କୁଣ୍ଢେଇ ପକେଇଲା ।ମାଆ କହିଲା
ଯା ରେ ପୁଅ ତୁ ଭାରତ ମାତା ର ସେବା କରିବୁ।ଆଜି ମୋ ଗର୍ଭ ଧନ୍ୟ ହୋଇ ଗଲା।ତୋ ପରି ପୁଅ କୁ ପାଇ ମୁଁ ଆଜି ଗର୍ବିତ।
ମୁଁ ମୋ ମାଆକୁ ଛାଡି ମାତୃ ଭୁମିର ସେବା କରି ବାକୁ ଆଗେଇ ଆସିଲି।
ଜୟ ଭାରତ ମାତା ଜୟ ମାତୃ ଭୂମି