ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ନୀତିକାନ୍ତି ପରେ ଅଣସର ଗୃହକୁ ଗଲେ ଶ୍ରୀଜୀଉ….

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀଜୀଉଙ୍କୁ ରତ୍ନ ବେଦୀ ରୁ ଧାଡି ପହଣ୍ଡିରେ ଅଣାଯାଇ ସ୍ନାନ ମଣ୍ଡପରେ ସମସ୍ତ ନୀତି କାନ୍ତିରେ ପୂଜାର୍ଚ୍ଚନା ପରେ ସ୍ନାନ କରାଯାଇ ଅଣସର ଗୃହକୁ ନିଆଯାଇଥିଲା।ମନ୍ଦିର ଟ୍ରଷ୍ଟର ସମ୍ପାଦକ ନିରଞ୍ଜନ ମହାପାତ୍ର କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ, ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ଟ୍ରଷ୍ଟର ସଦସ୍ୟ ବିଦ୍ୟାଧର ସାହୁ, ସୁରେଶ ଚନ୍ଦ୍ର ମୁଣ୍ଡ,ସନ୍ତୋଷ ମେହେର, ସୁରେନ୍ଦ୍ର ମୁନି,ହୃଷିକେଶ ମିଶ୍ର ସମେତ ଲଷ୍ମୀକାନ୍ତ ଖମାରି, ଲଳିତ ଅଗ୍ରୱାଲ, ଜଗବନ୍ଧୁ ମିଶ୍ର,କମଲୁ ଅଗ୍ରୱାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ଭକ୍ତ ମାନେ ଶ୍ରୀଜୀଉ ଙ୍କୁ ଦର୍ଶନ କରି ପାରିନଥିବା ବେଳେ ଏଥର କଟକଣା କୋହଳ ହେବା ଫଳରେ ଜଗନ୍ନାଥ ମନ୍ଦିରରେ ଏଥର ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କବିତା – ଉତ୍କଳ ସନ୍ତାନ

Sunil Chandra Nayak

ପଣ୍ଡକୁଳ – କୁମାରୀ ଓ ଫରଙ୍ଗ ରାସ୍ତା ସଙ୍କଟାପନ୍ନ

Sunil Chandra Nayak

ଡାକ୍ତରକୁ ମାଡ଼ ଘଟଣା , ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!