ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ପରିବାର ଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ସମୁଦ୍ର କୁ ଶଙ୍ଖେ ପାଣି

ଥୁଆମୂଳ ରାମପୁର :୧୩/୬- ମସିହା:- ପ୍ରାକୃତିକ ବିପର୍ଯ୍ୟୟ ଅନେକ ସମୟରେ ମନୁଷ୍ୟ ସମାଜକୁ ନୟାନ୍ତ କରିବସିଛି।ଏଥିରୁ ପ୍ରାୟତଃ ଗରିବଙ୍କ ଉପରେ ବିଶେଷ କରି ତାହାର ପ୍ରଭାବ ପଡୁଅଛି। ଗରିବ ଲୋକେ କେତେ ପରିଶ୍ରମରେ ଘରଖଣ୍ତିଏ ତିଆରି କରି ରହିବାକୁ ଚାହିଁଲେ କାଳବୈଶାଖୀ ପ୍ରଭାବରେ ଘରର ଛାତ ଉଡିଯାଇ ଛାରଖାର ହୋଇଯାଉଛି। ବିଚରା ଗରିବ ଲୋକେ ଚିନ୍ତାରେ କାଳାତିପାତ କରୁଛନ୍ତି।ଏଭଳି ଅନେକ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଳନାଗୀ ଗ୍ରାମରେ ଗତ ୫ ତାରିଖ ଦିନ କାଳବୈଶାଖୀ ର ପ୍ରଭାବ ପଡିଥିଲା ଏଥିରେ ୧୦ ଟି ପରିବାର ପ୍ରଭାବିତ ହୋଇଥିଲେ। ଏଥିମଧ୍ୟରୁ ପ୍ରାୟ ୪ ଗୋଟି ଘରର ଆଜବେଷ୍ଟସ ପବନରେ ଉଡିଯାଇ ବିଶେଷ ଭାବରେ ଅନେକ କ୍ଷୟକ୍ଷତି ହୋଇଥିଲା। ଥୁଆମୂଳ ରାମପୁର ତହସିଲଦାର ଶ୍ରୀ ଇଶ୍ଵରଚନ୍ଦ୍ର ଦାସ ଖବର ପାଇ ରାଜସ୍ୱ ନୀରିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଣ୍ଡି କ୍ଷୟକ୍ଷତି ପରିବାରଙ୍କୁ ପଲିଥିନ ଯୋଗାଇ ଦେବା ସହିତ କ୍ଷୟକ୍ଷତି ଆକଳନ ରିପୋର୍ଟ ତହସିଲଦାର ଙ୍କୁ ଦେଇଥିଲେ। କ୍ଷୟକ୍ଷତି ପରିବାରଙ୍କୁ ଆକଳନ ଅନୁସାରେ ଆର୍ଥିକ ସରକାରୀ ସହାୟତା ଯୋଗାଇ ଦେବା ବିଷୟରେ ସୂଚନା ମିଳିଛି। ଅନ୍ଯପକ୍ଷରେ କ୍ଷୟକ୍ଷତି ପରିବାରଙ୍କୁ ସ୍ଥାନୀୟ ସରପଞ୍ଚ ଶ୍ରୀ ଜଗବନ୍ଧୁ ସାଆନ୍ତା ଘରକୁ ଘର ବୁଲି ଘର ପିଛା ୫୦ କିଲୋ ଲେଖାଏଁ ଚାଉଳ ବଣ୍ଟନ କରିଛନ୍ତି। କାଳବୈଶାଖୀ ରେ ପ୍ରଭାବିତ ପରିବାରରଙ୍କ ଖାଦ୍ଯ ଶସ୍ଯ ନଷ୍ଟ ହୋଇଯାଇଛି,ଏମାନଙ୍କ କ୍ଷୟକ୍ଷତି ଯାହା ହୋଇଛି ସେଅନୁପାତର ସେମାନେ ଆଉ ପାଇବେ ନାହିଁ, ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ନିଜ ପ୍ରଚେଷ୍ଟାରେ ଚାଉଳ ଯୋଗାଇ ଦେଇଥିବା ପ୍ରକାଶ କରିଛନ୍ତି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚଳାନପଡା ଅଂଚଳ ନୂତନ କମିଟି ଗଠିତ

Sunil Chandra Nayak

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

ଦାଦନ ଯାଇଥିବା ସ୍ୱାମୀ କୁ ହରାଇ ଚିନ୍ତାରେ ଫୁଲମଣୀ ୩ ଛୁଆ ଙ୍କୁ ପାଠ ପଢାଇବାରେ ଅସମର୍ଥ

Leave a Comment

error: Content is protected !!