ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବିଶ୍ଵ ରକ୍ତଦାତା ଦିବସରେ ରକ୍ତଦାତା ସମ୍ମାନିତ

ନର୍ଲା (ମନିସ) ରକ୍ତଦାନ ମହାନ ଦାନ, ଏହା ଏକତାର ପ୍ରତୀକ, ଏହି ମହତ ପ୍ରୟାସରେ ଯୋଗଦେଇ ମୂଲ୍ୟବାନ ଜୀବନ ରକ୍ଷା କରିବାରେ କିଛି ବ୍ୟକ୍ତିଙ୍କ ମହତ ଉଦ୍ଦେଶ୍ୟ ଥାଏ। ବିଶ୍ଵ ରକ୍ତଦାତା ଦିବସରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ଵ ରକ୍ତଦାତା ଦିବସ ୨୦୨୨ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସିଡିଏମଓ କସ୍ତୁରୀ ମିଶ୍ର, ସମ୍ମାନିତ ଅତିଥି ରୂପେ ମେଡିକାଲ ଏଡିଏମ୍ଓ ରଂଜନ ମିଶ୍ର,ଏଡିଏମ୍ଓ ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୨୧-୨୨ ବର୍ଷ ପାଇଁ ସର୍ବଶ୍ରେଷ୍ଠ ରକ୍ତଦାତା ଭାବରେ ନର୍ଲା ବ୍ଳକ ସରିଆଁ ଗ୍ରାମର ବିଜୟ କୁମାର ଭୋଇ ଓ ଶୈଳସୂତା ଭୋଇଙ୍କ ପୁତ୍ର ମିଲନ କୁମାର ଭୋଇଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଛି। ଶ୍ରୀ ଭୋଇ ଆଜି ପର୍ଯ୍ୟନ୍ତ ୧୧ ଥର ଏ ପଜିଟିଭ ଗ୍ରୁପର ରକ୍ତ ସ୍ଵେଚ୍ଛାକୃତ ଭାବେ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି। ସେ କଳାହାଣ୍ଡି ଜିଲ୍ଲା ଓ ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ନିରିହ ରୋଗୀଙ୍କ ପାଇଁ ୨୦୧୮ ମସିହାରୁ ରକ୍ତ ଯୋଗାଡ କରିଆସୁଥିବା ଜଣାଯାଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

ମାରୱାରୀ ଯୁବା ମଞ୍ଚ ଏବଂ ଜାଗ୍ରୁତି ଶାଖା ତରଫରୁ ଏକ କର୍କଟ ସ୍କ୍ରିନିଂ ଶିବିର ଅନୁଷ୍ଠିତ

Sunil Chandra Nayak

କରୋନାରେ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଦାବି କରିପାରିବେ ଆର୍ଥିକ ସହାୟତା

Leave a Comment

error: Content is protected !!