ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ଭବାନୀପାଟଣା,୧୪/୬: ( ମ ନି ସ ) ପଵିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରରେ ଵିଧି ବିଧାନ ପୂର୍ବକ ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି। ବାଡିଭୋରରୁ ମଙ୍ଗଳ ଆରତୀ ଓ ଅବକାଶ ନୀତି ପରେ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପ କୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ପଣ୍ଡିତ ମଙ୍ଗଳୁ ମିଶ୍ର ଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀ ଜୀଉ ମାନଙ୍କୁ ଦହି, କ୍ଷୀର, ଘିଅ ଓ ଗଙ୍ଗାଜଳ ରେ ସ୍ନାନ କରାଯାଇଥିଲା। ତାପରେ ସୁବାସିତ ଓ ସଂସ୍କାରିତ ଜଳରେ ସୁଦର୍ଶନ ମହାପ୍ରଭୁଙ୍କୁ ୧୮ କଳସ, ବଳଭଦ୍ରଙ୍କୁ ୩୫ କଳସ, ଜଗନ୍ନାଥଙ୍କୁ ୩୩ କଳସ ଓ ଦେବୀ ସୁଭଦ୍ରାଙ୍କୁ ୨୨ କଳସ ଜଳରେ ସ୍ନାନ କରାଯାଇଥିଲା। ମନ୍ଦିରର ପୂଜକ ଅଜୟ ମହାପାତ୍ର, ସହଯୋଗୀ ସେବାୟତ ଧବଳେଶ୍ବର ମହାପାତ୍ର, ବିଜୟ ମହାପାତ୍ର,ସୁବୋଧ ତ୍ରିପାଠୀ ସମେତ ଅନ୍ୟାନ୍ୟ ସେବାୟତ ମାନଙ୍କ ଦ୍ୱାରା ଦେବସ୍ନାନ ନୀତିକାନ୍ତ ସମ୍ପାଦନ ହୋଇଥିଲା। ପରେ ଶ୍ରୀ ଜୀଉ ମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଦେବସ୍ନାନ ଓ ଶ୍ରୀ ଜୀଉଙ୍କ ଗଜାନନ ବେଶ ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିରହିଥିଲା।

 

Related posts

ଅବିନାଶ ମହାପାତ୍ର ଙ୍କ କବିତା ମୁଁ ଏକା ତୁମର 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ରିଷିଡା ଜେ.କେ.ଏଚ.ଏସ୍.ଏସ୍‌ରେ ମୋ ସ୍କୁଲ ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!