ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାରଓ୍ବାଡି ମହିଳା ସମିତି ଦ୍ବାରା ରକ୍ତଦାନ ଶିବିର 

ଭବାନୀପାଟଣା:୧୪/୬- ମ.ନି.ସ:– ଆଜି ୧୪/୬/୨୦୨୨ ବିଶ୍ବ ରକ୍ତଦାନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ଡାକ୍ତରଖାନା ଠାରେ ଭବାନୀପାଟଣ ସହରର ମାରୱାଡି ମହିଳା ସମିତି ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମ୍ଯୁନିସିପାଲିଟି ଚେୟାରମ୍ୟାନ୍ ସଂଞ୍ଜୁକ୍ତା ବେହେରା ଏବଂ ତାଙ୍କର ଦୁଇଜଣ କର୍ମଚାରୀଙ୍କୁ ତୁଳସୀ ଗଛ ଏବଂ ଔପୋଢକନ ଦେଇ ସମ୍ମାନିତ କରାଯାଇଥିଲା। ଏବଂ ସେମାନଙ୍କ ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।   ସେହିପରି   ସିଡିଏମଓ ଡାକ୍ତର କସ୍ତୁରୀ ମିଶ୍ର ଙ୍କ ଘରକୁ ଯାଇ ତାଙ୍କୁ ତୁଳସୀ ଗଛ ସହ ଔପୋଢକନ ଦେଇ ସମ୍ମାନିତ କରାଯାଇଥିଲା।ସମସ୍ତ ରକ୍ତଦାତାଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ମାନିତ ଓ ଲିଚୁ ରସ ପାନୀୟ ସହିତ ଜଳପାନ ର ବ୍ୟବସ୍ଥା କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ମାରଓ୍ବାଡି ଯୁବମଞ୍ଚର କର୍ମକର୍ତ୍ତା ଭାଇମାନେ ବହୁମାତ୍ରାରେ ସହଯୋଗ କରିଥିଲେ। କମିଟିର ସଦସ୍ୟ ମୋହିନୀ ଗୁପ୍ତାଙ୍କୁ ତୁଲସୀ ପ୍ଲାଣ୍ଟ ଏବଂ ଔପଢକନ ଦେଇ ସମ୍ମାନିତ କରାଯାଇଥିଲା। ସେ ଆଗରୁ ଏହିଭଳି ୨୨ ଥର ରକ୍ତ ଦାନ କରିଥିବା ଜଣାପଡିଛି। ଆଜିର କାର୍ଯ୍ୟକ୍ରମ ସମସ୍ତ ଙ୍କ ସହଯୋଗ ରେ ସଂପୂର୍ଣ୍ଣ ଭାବରେ ସଫଳ ହାସଲ କରିଥିବା ଜଣାପଡ଼ିଛି।

ଭବାନୀପାଟଣା ରୁ କିଷନ କୁମାର ଶର୍ମା ଙ୍କ ରିପୋର୍ଟ

Related posts

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପ୍ରତି ସୁଦୃଷ୍ଟି ପଡିଲା :ଡାକ୍ତର ଷ୍ଟାଫ ନର୍ସ ଫାର୍ମାସିଷ୍ଟ ଓ ଲାବୋରାଟୋରି ଟେକ୍ନିସିଅନ ଦେଲେ

Sunil Chandra Nayak

ଥୁଆମୂଳ ରାମପୁରରେ ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ବାସ୍ଥ୍ୟ ମେଳା

Sunil Chandra Nayak

Leave a Comment

error: Content is protected !!