ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳାଙ୍କ ଆତ୍ମହତ୍ୟା

ଜୁନାଗଡ଼,୧୪/୬(ମ ନି ସ) ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ଗ୍ରାମର ଜଣେ ମହିଳା ବେକରେ ଦଉଡ଼ିଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।ସେହି ଗ୍ରାମର ଶିବସଙ୍କର ପୂଂଜୀଙ୍କ ସ୍ତ୍ରୀ କମଳା ପୁଞ୍ଜି(୧୯) ଗାଁ ନିକଟସ୍ଥ ମଢାବନ୍ଧ ନିକଟରେ ଏକ ଗଛରେ ବେକରେ ଦଉଡି ଦେଇ ଆତ୍ମ ହତ୍ୟା କରି ଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇ ଥିଲେ। ପରିବାର ଲୋକେ ଜୁନାଗଡ଼ ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରିଥିଲେ। ପୋଲିସଏ ସଂକ୍ରାନ୍ତରେ ଏକ ଅପମୃତୁ ମାମଲା ରୁଜୁ କରି ବ୍ୟବଛେଦ କରାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି। ଆତ୍ମହତ୍ୟା ର କାରଣ ଏ ପର୍ଯନ୍ତ ସ୍ପଷ୍ଟ ହୋଇନଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

କବିତା – ହେ ଗୋପୀ ବଲ୍ଲଭ

Sunil Chandra Nayak

ଶ୍ରାବଣ ସୋମବାର ରେ ଶୈବ ଭକ୍ତଙ୍କ ମନ୍ଦିରଗୁଡିକରେ ଭିଡ ଜମୁଛି

Sunil Chandra Nayak

ଡାଳଗୁମା ଠାରେ କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!