ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ରଜ ର ଉଦ୍ଦେଶ୍ୟ

ରଜ ର ଉଦ୍ଦେଶ୍ୟ

 

ଝୁଲନ୍ତା ମେଘର ଶିଢି ରେ

       ପହିଲି ଆଷାଢେ ରଜ ଆସିଛି

ରିମି ଝିମି ବର୍ଷା ରେ ଆକାଶ

      ପ୍ରିୟା ମାଟି ପାଇଁ ପ୍ରେମ ଢାଳୁଛି

 

ଏ ଦୁହିଙ୍କ ପ୍ରେମ ପାଇଁ ହିଁ

      ଉଦ୍ଭିଦ ଓ ପ୍ରାଣୀ ଜଗତ ଜୀବିତ

ମାଟି ମନସ୍କତା ହେବା ହିଁ

    ରଜ ପରବ ପାଳନେ ନିହିତ

 

ରଜ ରେ ଧରଣୀ ରାଣୀ

    ଋତୁମତୀ ଅପୂର୍ବ ଭାରତୀ

ବସୁମତୀ ସ୍ନାନ ପରେ ଉର୍ବୀ

      ଶୁଦ୍ଧ ପୂର୍ବ ସୂରୀ ଙ୍କ ବିଧି

 

ମାଟି ନୁହେଁ ସେ ତ ମାଆ ଟି

     ତାକୁ ପୂଜିବା ହିଁ ପ୍ରକୃତ ରଜ

ଦୋଳି ଖେଳ ପୋଡ ପିଠା ର

    ମହକ ମନରେ ଆଣେ ମଉଜ

 

ମମତା ଶତପଥୀ

କେନ୍ଦ୍ରାପଡା

Related posts

ସସ୍ମିତେଶ ସାହୁ ଙ୍କ କବିତା ରଜ ଦୋଳି

Sunil Chandra Nayak

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

ବିଶେଶ୍ୱର ଦାସଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!