ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ରଜ ର ଉଦ୍ଦେଶ୍ୟ

ରଜ ର ଉଦ୍ଦେଶ୍ୟ

 

ଝୁଲନ୍ତା ମେଘର ଶିଢି ରେ

       ପହିଲି ଆଷାଢେ ରଜ ଆସିଛି

ରିମି ଝିମି ବର୍ଷା ରେ ଆକାଶ

      ପ୍ରିୟା ମାଟି ପାଇଁ ପ୍ରେମ ଢାଳୁଛି

 

ଏ ଦୁହିଙ୍କ ପ୍ରେମ ପାଇଁ ହିଁ

      ଉଦ୍ଭିଦ ଓ ପ୍ରାଣୀ ଜଗତ ଜୀବିତ

ମାଟି ମନସ୍କତା ହେବା ହିଁ

    ରଜ ପରବ ପାଳନେ ନିହିତ

 

ରଜ ରେ ଧରଣୀ ରାଣୀ

    ଋତୁମତୀ ଅପୂର୍ବ ଭାରତୀ

ବସୁମତୀ ସ୍ନାନ ପରେ ଉର୍ବୀ

      ଶୁଦ୍ଧ ପୂର୍ବ ସୂରୀ ଙ୍କ ବିଧି

 

ମାଟି ନୁହେଁ ସେ ତ ମାଆ ଟି

     ତାକୁ ପୂଜିବା ହିଁ ପ୍ରକୃତ ରଜ

ଦୋଳି ଖେଳ ପୋଡ ପିଠା ର

    ମହକ ମନରେ ଆଣେ ମଉଜ

 

ମମତା ଶତପଥୀ

କେନ୍ଦ୍ରାପଡା

Related posts

ଆଇନଜିବୀ ଶଙ୍କର୍ଷଣ ପଣ୍ଡାଙ୍କ ବାଇକ ଚୋରୀ

Sunil Chandra Nayak

ବୈଦ୍ୟରାଜ ପବିତ୍ର ଶବର ସମ୍ମାନିତ

Sunil Chandra Nayak

ଯୌତୁକ ଜନିତ ହତ୍ୟା ,ଜଣେ କୋର୍ଟ ଚାଲାଣ

Leave a Comment

error: Content is protected !!