ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ଡାକନାହିଁ ମୋତେ…

 ଡାକନାହିଁ ମୋତେ…

 

ବାଲାଜି ସେଠୀ

 

ଡାକନାହିଁ ମୋତେ

ପରବ ନାଆଁରେ

ଖେଳିବାକୁ ରଜଦୋଳି

କେଉଁ ଗଛେ ଦୋଳି

ବାନ୍ଧି ମୁଁ ଖେଳିବି

କଂକ୍ରିଟ ଜଙ୍ଗଲ ତୋଳି ।

 

କେଉଁ ଗୀତ ଗାଇ

ଝୁଲିବି ଝୁଲଣା

ବନସ୍ତରେ ନାହିଁ ଗଜ

ବିକଳେ ଆସୁଛି

ଜନ ବସତିକୁ

ମରୁଛି ଖାଇ ବାରୁଦ ।

 

ଆସୁଛି ତ ରଜ

ବରଷକୁ ଥରେ

ଗାଇ ନୁଆଁ ନୁଆଁ ଗୀତି

ଘୋର ବିପତ୍ତିରେ

ଝୁଲା ଝୁଲିବାକୁ

ମନେ ସଂଚାରଇ ଭୀତି ।

 

କେଉଁ ବସ୍ତ୍ର ପିନ୍ଧି

କରିବି ମଉଜ

ବନ୍ଦ ବଜାର କବାଟ

ମୋ ଭାଇ ଫେରିଛି

ଦୂର ପରବାସୁ

ପିନ୍ଧି ଦାଦନ ମୁକୁଟ ।

 

ରଜ ପିଠାପଣା 

ଅଳପ କରିବି

ସାଇତି ରଖିବି ବିରି

ମନରେ ଆଶଙ୍କା 

ଆସନ୍ତା ଋତୁରେ

ପଙ୍ଗପାଳ ଯିବେ ଚରି ।

 

ରଜ ତ ଆମର

ଓଡ଼ିଆ ପରବ

ମାତୃ ଜାତି ସମର୍ପିତ

ମାତା ବସୁମତୀ

ହୁଏ ଋତୁମତୀ

ପରିପୂର୍ଣ୍ଣେ ଶସ୍ୟ କ୍ଷେତ ।

 

ଏ ବରଷ ରଜ

ପରବ ପାଳିବି

ମାଆ କୁ ସମ୍ମାନ ଦେଇ

ଜଙ୍ଗଲ ସୁରକ୍ଷା

ପ୍ରାଣୀ କୁଳ ରକ୍ଷା

ବାର୍ତ୍ତା ଖିଲିପାନ ଦେଇ ।।

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ବିଦ୍ୟାଳୟ ସ୍ତରରେ କ୍ରୀଡାପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବିଧୁର ବସନ୍ତ

Sunil Chandra Nayak

ଦେଶ ସ୍ବାଧୀନତା ପାଇ ୭୩ବର୍ଷ ଅତିକ୍ରମ କରିସାରିଛି, ଆଜି ବି ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ

Leave a Comment

error: Content is protected !!