ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ରଜ

ରଜ

ରଜ
ସେଦିନ ବି ଥିଲା
ଆଜି ବି ଅଛି
କିନ୍ତୁ ନାହିଁ
କେବଳ ସେଦିନର
ତୁମ ହରସ
ତୁମ ଆବେଗ
ତୁମ ଭାବ
ତୁମ ପ୍ରୀତିସ୍ପର୍ଦ୍ଧା ଚାହାଣୀ ।

ସେଦିନ ତୁମେ ଥିଲ ଆଉ ମୁଁ ବି ଥିଲି
ଗରମ ଆଉ ଗୁଳି ଗୁଳିକୁ ଖାତିର ନକରି
ସବୁ କଟକଣାକୁ ପଛରେ ପକାଇ
ଧାଇଁ ଆସିଥିଲ ମୋ ପାଖକୁ
ଆଉ
ରଜ ଦୋଳିର ତାଳେ ତାଳେ
ବାଣ୍ଟି ଥିଲେ ଆମେ ଆମ ଭିତରେ
ଆମର ହସ,ଖୁସି,ସ୍ମୃତି ଆଉ ପ୍ରୀତି ।।

ଆଜି ତୁମେ ଅଛ ଆଉ ମୁଁ ବି ଅଛି
ସେହି ରଜ ବି ଆସିଛି
କିନ୍ତୁ ଆମ ଭିତର ଦୂରତା ଆଜି
ଅନେକ ବାଟ ଲମ୍ବି ଯାଇଛି,
ତୁମ ସ୍ୱାର୍ଥର ଦଉଡ଼ି
ପ୍ରତାରଣାର ରଞ୍ଜନ ରଶ୍ମିରେ
ଜଳି ଯାଇ ଛିଣ୍ଡି ଯାଇଛି,
ଆଉ ଆମ ସଂପର୍କର ରଜ ଦୋଳି
ଝୁଲିବା ପାଇଁ ସଂଗ୍ରାମ କରୁଛି ।।

ରଜର ଅନେକ ଅନେକ ଶୁଭେଚ୍ଛା … 

 

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର
 

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା_ଅଟୋ କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ : ଘଟଣା ସ୍ଥଳରେ ନାବାଳକ ସମେତ ୫ ମୃତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ମଣିମା

ଦୁଃଖିନୀ ନିସ୍ତୃଙ୍କା ହେଲେ ମୁନିଗୁଡା ବ୍ଳକ ଅଧ୍ଯକ୍ଷା

Sunil Chandra Nayak

Leave a Comment

error: Content is protected !!