ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ସ୍ନାନ ବେଦୀ 

ସ୍ନାନ ବେଦୀ 

 

ତୁମେ, ଆସନି ଆସନି ପ୍ରଭୁ

        ସ୍ନାନ ବେଦୀକୁ

ସ୍ନାନ କରି ଯାଅ ନାହିଁ

         ଅଣସରକୁ (1)

 ନଦେଖିଣ ଚର୍ମ ନେତ୍ର

      ତୋ ରୂପ କଳା ସାଆନ୍ତ

ଭୋଗିଲେ ଭୋଗିବି ପଛେ

      ଯମ ଦଣ୍ଡକୁ (2)

ବିଶ୍ୱ ବାସୀ ଦେଖି ତାତି

       ହେ ବିଶ୍ଵବ୍ରହ୍ମାଣ୍ଡ ପତି

ନିଅ ନାହିଁ ଉତ୍ତାପତ

      ନିଜ ଦେହକୁ (3)

ତବୋୖଷଧି ତିଳ ତେଲ

      ବୃକ୍ଷ ଲତା ଚେର ମୂଳ

ଆୟୁର୍ବେଦ ରହିଲାଣି

       ବହୁ ପଛକୁ (4)

କାଞ୍ଚି ରାଜ ଭକ୍ତ ଭଟ୍ଟ

     ଗଜାନନେ ନାହୁଁ ଭେଟ

ଫେରିଲେ ସେ ଫେରି ଯାଉ

         ତାଙ୍କ ରାଜ୍ୟକୁ (5)

ବନ ଭୂମି ଗଜ ରାଜ

     ହେଜି ଲାଗୁ ଅଛି ଲାଜ

ଲୋଭି ନର ନାଶିଲାଣି

      ତାର ବଂଶକୁ (6)

 

     ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

Related posts

ଅଳ୍ପକେ ବଞ୍ଚୀଗଲା ମଣିପୂରମ୍ ଫାଇନାସ୍‌

Sunil Chandra Nayak

ନୂଆପଡା ଜିଲ୍ଲା ଖଡ଼ିଆଳ ସବଜଜ ଙ୍କ ଓକିଲ ଓ ମହକିଲ ଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ , ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

Leave a Comment

error: Content is protected !!