ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଧର୍ମଗଡ:୧୪/୦୬/୨୨-  ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ମଡର୍ଣ୍ଣ ଡିଗ୍ରୀ କଲେଜ ଠାରେ ଆୟୋଜିତ ହୋଇ ଯାଇଛି। କଲେଜର ଯୁବ ରେଡକ୍ରସ ବିଭାଗ ତରଫରୁ ଆୟୋଜିତ ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ ନାୟକ ଉଦ୍ଘାଟନ କରିଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ କୁମାର ଚୋପଦାର ମୂଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ.ପ୍ରଶାନ୍ତ କୁମାର ଯୋଷୀ,ଅଧ୍ୟକ୍ଷା ଦିପିକା ରାଣୀ ଦାଶ,ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ,ଜିଲ୍ଲା ଯୁବରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା, ଯୁବରେଡକ୍ରସ ପରାମର୍ଶଦାତା ସରୋଜ କୁମାର ପଣ୍ଡା, ସଂଜିବ କୁମାର ମୁଣ୍ଡ,ରାଜେଶ କୁମାର ମୁଣ୍ଡ,ଗୋବିନ୍ଦ ସାହୁ, ସରୋଜ ପଟ୍ଟଯୋଷି ପ୍ରମୁଖ ଶିବିରରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ୪୯ତମ ରକ୍ତଦାନ କରିଥିବାବେଳେ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ.ପ୍ରଶାନ୍ତ କୁମାର ଯୋଷୀ, ଯୁବରେଡକ୍ରସ ପରାମର୍ଶଦାତା ଡ.ନୃସିଂହାନନ୍ଦ ସାସମଲ, ଦଶମନ୍ତ ରଣାଙ୍କ ସହିତ ସ୍ବେଚ୍ଛାସେବୀ ଅୟସକାନ୍ତ ପରିଡା, ତନ୍ମୟ ପଣ୍ଡା, ଭୁଜବଳ ବନ୍ଦିଛୋଡ, ହେମନ୍ତ ଯୋଷୀ, ହିତାନ୍ସୁ ମହାନ୍ତି, ଅଜୟ ପାଣିଗ୍ରାହୀ, ମୁକେଶ ମଶ୍ରା, ବିନୀତ ଦାଶ, ସ୍ନେହାଶିସ ଦାସ, ବିରଞ୍ଚି ଭଇଁସାଲ, ସୁଭସ୍ମିତା ପଣ୍ଡା ସୁମନ୍ତ ପାଢ଼ୀ ପ୍ରମୁଖ ରକ୍ତଦାନ କରିଥିଲେ।ଓଡିଶା ରକ୍ତ ଭଣ୍ଡାରର ଲ୍ୟାବ ଟେକନିସିଆନ ରାକେଶ ସିଂ,ସୁରେନ୍ଦ୍ର ସାହୁ,ଭରତ ଚନ୍ଦ୍ର କାଣ୍ଡ,ଶଶି ବାଗ,ଲାବଣ୍ୟ ପଟେଲ ରକ୍ତ ସଂଗ୍ରହ କରିବାରେ ସହଯୋଗ ରହିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ର ବୈଠକ

Sunil Chandra Nayak

ଓଡ଼ିଶା ବନ ଉନ୍ନୟନ ନିଗମ ସୌଜନ୍ୟ ରେ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ରେ ସ୍ବାସ୍ଥ୍ୟ ମେଳା

Sunil Chandra Nayak

ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ମେଗା ରକ୍ତଦାନ ଶିବିର, ରେକର୍ଡସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ

Sunil Chandra Nayak

Leave a Comment

error: Content is protected !!