ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପଥ ରକ୍ଷଣାବେକ୍ଷଣ: ଓଡ଼ିଶାକୁ ମିଳିଲା ଆଉ ୧.୪୮ କୋଟି

ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସଂଶୋ‌ଧିତ ଆବଣ୍ଟନ ପରେ ଓଡ଼ିଶା ପାଇଁ ୫.୮୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଓଡ଼ିଶା ସମେତ ଦେଶର ୩୬ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଇଁ ୬୬.୬୫ କୋଟି ଟଙ୍କାର ଆବଣ୍ଟନ କରାଯାଇଥିଲା।ଏଥିରେ ଓଡ଼ିଶାକୁ ମିଳିଥିଲା ୪.୩୩ କୋଟି ଟଙ୍କା। ଏହା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ୫୪.୪୪ କୋଟି ଟଙ୍କାର ସଂଶୋଧିତ ଆବଣ୍ଟନ କରାଯାଇଛି। ଯେଉଁଥିରେ ଓଡ଼ିଶାକୁ ମିଳିଛି ଆଉ ୧.୪୮ କୋଟି ଟଙ୍କା। ଏହି ଅର୍ଥ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବିନିଯୋଗ ହେବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଆଲୋକର ପର୍ବ ଦୀପାବଳି: ଡାବୁଗାଁ କନ୍ୟାଶ୍ରମରେ ପାଳିଲେ ଅନ୍ତେବାସୀ ଛାତ୍ରୀ ଦୀପାବଳି

Sunil Chandra Nayak

ନୂଆପଡା ସାରାବଙ୍ଗ ଠାରେ ବିଜୁଳି ମହୋତ୍ସବ ପାଳିତ, ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ

Sunil Chandra Nayak

Leave a Comment

error: Content is protected !!