ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଚୋରି

ଜୁନାଗଡ଼,୧୪/୬(ମ ନି ସ) ଜୁନାଗଡ ସହର ସ୍ଥିତ ସରକାରି ଉଚ୍ଚ ବିଦ୍ୟାଳୟ ର ଇ ଲାଇବ୍ରେରୀ ରୁ ତିନିଗୋଟି କମ୍ପ୍ୟୁଟର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜୁନାଗଡ ସରକାରି ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ରୂପାନ୍ତରିକରଣ ହୋଇ ଦଶ ଗୋଟି କମ୍ପ୍ୟୁଟର ଇ ଲାଇବ୍ରେରୀ ରେ ରହିଛି ହେଲେ ସେଥି ମଧ୍ୟ ରୁ ତିନିଗୋଟି କମ୍ପ୍ୟୁଟର ସୋମବାର ବିଳମ୍ବିତ ରାତି ରେ ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଚୋରି କରିନେଇଥିବା ଜଣାପଡିଥିଲା। ଏ ସଂକ୍ରାନ୍ତ ରେ ଜୁନାଗଡ ଥାନା ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟ ରେ ଦୀର୍ଘ ବର୍ଷ ହେଲା କୌଣସି ରାତ୍ର ଜଗୁଆଳି ନଥିବା ରୁ ଅସୁରକ୍ଷିତ ହୋଇ ଚୋର ଙ୍କ ଚୋରା ଭୂମି ପାଲଟିଛି।ବର୍ତ୍ତମାନ ଏହି ବିଦ୍ୟାଳୟ ରୂପାନ୍ତରିକରଣ ହେଇଥିବାରୁ ଅନେକ ମୂଲ୍ୟବାନ ଜିନିଷ ରହିଥିବାରୁ ତୁରନ୍ତ ରାତ୍ରି ଜଗୁଆଳି ନିଯୁକ୍ତି କରିବା ପାଇଁ ଶିକ୍ଷା ବିଭାଗ କୁ ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ ସିଂହଦେଓ ଦାବି କରୁଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ପୋଖରୀ ରେ ବୁଡି ନାବାଳକ ମୃତ

Sunil Chandra Nayak

ନୂଆପଡ଼ା ଜିଲ୍ଲା ସଦର ଟାନୱାଟ ଠାରେ ଯାଞ୍ଚ ବେଳେ ଅବକାରୀ ବିଭାଗ କୁ ବଡ଼ ସଫଳତା, ୩୦୦ କୁଇଣ୍ଟାଲ ମହୁଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ, କୋର୍ଟ ଚଳାନ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨

Leave a Comment

error: Content is protected !!