ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ରଜ ଆ ଗମନ

ରଜ ଆ ଗମନ

        ସନ୍ତୋଷ କୁମାର ସାହୁ

 

ରଜ ଆସିବ ଯିବ

ଏଥିରେ ବ୍ୟତିକ୍ରମ ନାହିଁ

ନୂଆ କଥା କଣ ଯେ

ତାରିଖ ପରେ ତାରିଖ

କ୍ୟାଲେଣ୍ଡର ବଦଳୁଥିବ

ହେଲେ ପଖାଳ କଂସା ର

ଚିତ୍ର ଯିବକି ବଦଳି ?

 

ହଁ ତମେ କହିବ

ଖରାଦିନେ ଭଲଲାଗେ

ଅଳ୍ପ ଖର୍ଚ୍ଚରେ ହୋଇଯାଏ

ତା ବୋଲି ତିନିଶହ ପଞ୍ଚଷଠି ଦିନ

ସେଥିରେ ପୁଣି କେବେ କେବେ

ମୁଠାଏ ବାସୀ ପଖାଳ 

ପହଁରୁଥିବ ଘଡିଟେ ଯାଏଁ 

ଚାଖେଣ୍ଡିଆ ରସ କଂସାରେ ?

 

ରଜ ଦୋଳିରେ ଚମତ୍କାର କଣ୍

ମନ ତ ଦୋଳାୟମାନ

ଦୋଳି କଣ୍ ଆଉ ବେଶୀ ଝୁଲେଇବ ?

ଅଶୀ ଫୁଟ ତଳେ ଜୀବନ ଦୋଳାୟମାନ

ବେଙ୍ଗ ସାପ ଗହଣରେ

ପୁଣି ଏଇ ରଜ ଅବସରେ ।

 

ଅଳତା ଆଉ ଲାଗୁନି ପାଦରେ

ପୁରା ମଫସଲି

ପୁରୁଣା କାଳିଆ ପିଠା ହେଲାଣି ଅରୁଚା

ବର୍ଗର କେକ୍ ପିଜା

ଜାଗା ନେବାକୁ ଦେଲେଣି ପାରିଚା।

କୋଉ ଘର ବୁଲି ବୁଲି ଖାଇବ

କଲିଂ ବେଲ କଳଙ୍କ ଧରିଲାଣି।

 

ଛୁଟିଟା ବରକୋଳି ପରି

ଲାଗିଲାନି ମନକୁ

ସମୀର ବୂଝାଏ ଗୁଣୁଗୁଣୁ ତାନେ

ଧନକୁ

ପୋଡ଼ି ଖାଇଲୁଣି ବାକିଆ ଗଣିତ

ବୁଝେଇ ଦେ ତୋ ମନକୁ।

 

ଚାଷୀଭାଇ ପରା ଅନେଇ ବସିଛି

ମୌସୁମୀ ଖବର ଟିଭିକୁ

ବଙ୍ଗୋସାଗରେ ଉଠିଲେ ଝଡ

ଧନ୍ୟବାଦ୍ ଦେବ ରଜକୁ।

 

କୋଉ ହାତୀ ଆଉ ଡାକିବ ବନସ୍ତରେ

ହାତୀ କଙ୍କାଳ ପରେ ଘୁରିବୁଲେ

ଜଙ୍ଗଲର ଅଜଣା ଠାବରେ

ଜଙ୍ଗଲ ବିଭାଗ ହିସାବ ଭୁଲ

ହାତୀ ସଂଖ୍ୟା ଗଣିବାରେ ।

 

ରଜ ଆଗମନ ଗମନ

ଗଣୁଥା ଖାଲି ଦିନକୁ

ଚରିତ୍ର ବଦଳି ଚିତ୍ର ବଦଳୁଛି

ଜଳକା ସାଜୁଛୁ ତୁଛାକୁ ।

ନବରଙ୍ଗପୁର

Related posts

ତୀର୍ଯ୍ୟକ

Sunil Chandra Nayak

ନବନିର୍ବାଚିତ ରାଷ୍ଟ୍ରପତି ଫଳା ଫଳକୁ ନେଇ ମୋଟଙ୍ଗା ମଣ୍ଡଳରେ ବିଜୟ ଉତ୍ସବ ପାଳିତ 

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମୁକ୍ତିର ମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!