ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ରଜ ଦୋଳି

ରଜ ଦୋଳି

ମୋ ମନର ଶବ୍ଦସବୁ 

ଆଜି ରଜ ଦଉଡିରେ

ନିଜ ନିଜ ଭିତରେ ଛନ୍ଦା ଛନ୍ଦି ହୋଇ

ନାନା ରଙ୍ଗରେ ସଜବାଜ ହେଲେଣି

ଆମ ଗାଁ ମୁଣ୍ଡ ତେନ୍ତୁଳି ଗଛ ଡାଳରେ

ଲାଗିଥିବା ରଜ ଦୋଳିରେ ଝୁଲି  

ଆମ ପ୍ରୀତିର ଗୀତ ଗାଇବା ପାଇଁ ।

 

କେବଳ                                         

ଅପେକ୍ଷା ତୁମକୁ,  

ପାଦେ ବୋଳି ଲାଲ ଅଳତା

ଗଭାରେ ଲଗାଇ ଗଜ ମୁକୁତା

ଓଠରେ ଦେଇ ଲାଲ ରଙ୍ଗର ଛିଟା 

କେବେ ଆସି ଯିବ ଛୁଇଁ

ସେହି ଆମ ସ୍ମୃତିର ଚିହ୍ନ

ପ୍ରତିକ୍ଷୀତ ରଜ ଦୋଳି ପଟା…।।

 

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

ଘରକୁ ଘର ବୁଲି ଆଧାର ସେବା ଯୋଗାଇବେ ପୋଷ୍ଟମ୍ୟାନ୍

Leave a Comment

error: Content is protected !!