ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ରଜ ଦୋଳି

ରଜ ଦୋଳି

ମୋ ମନର ଶବ୍ଦସବୁ 

ଆଜି ରଜ ଦଉଡିରେ

ନିଜ ନିଜ ଭିତରେ ଛନ୍ଦା ଛନ୍ଦି ହୋଇ

ନାନା ରଙ୍ଗରେ ସଜବାଜ ହେଲେଣି

ଆମ ଗାଁ ମୁଣ୍ଡ ତେନ୍ତୁଳି ଗଛ ଡାଳରେ

ଲାଗିଥିବା ରଜ ଦୋଳିରେ ଝୁଲି  

ଆମ ପ୍ରୀତିର ଗୀତ ଗାଇବା ପାଇଁ ।

 

କେବଳ                                         

ଅପେକ୍ଷା ତୁମକୁ,  

ପାଦେ ବୋଳି ଲାଲ ଅଳତା

ଗଭାରେ ଲଗାଇ ଗଜ ମୁକୁତା

ଓଠରେ ଦେଇ ଲାଲ ରଙ୍ଗର ଛିଟା 

କେବେ ଆସି ଯିବ ଛୁଇଁ

ସେହି ଆମ ସ୍ମୃତିର ଚିହ୍ନ

ପ୍ରତିକ୍ଷୀତ ରଜ ଦୋଳି ପଟା…।।

 

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଧର୍ମ ପରାୟଣଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!