ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

ରଜ ମଉଜ

 

ରଜ ଗୀତ
         ବଉଳ ଲୋ….

କବି ସୌରଭ

ବୈଜୟନ୍ତୀ ମାଳା ମହାପାତ୍ର

 

ଆସ ଲୋ ସଖି ସଙ୍ଗାତ

ରଜଦୋଳି ଖେଳି ଗାଇବା ଗୀତ

ଗାଇବା ଗୀତ ଲୋ 

ଆସ ଆସ ମୋର ମିତ 

ବଉଳ ଲୋ ……ll

 

ବନରେ ପାଚିଛି କୋଳି

ଆସ ଅସ ସାଙ୍ଗ ହୋଇବା ମେଳି

ହୋଇବା ମେଳି ଲୋ

ପକାଇବା ହୁଳହୁଳି 

ବଉଳ ଲୋ…,..ll

 

ଅଳତା ଗୋଡ଼ରେ ନାଇ

ମଥାରେ ସିନ୍ଦୁର ଟିପା ଲଗାଇ

ଟିପା ଲଗାଇ ଲୋ

ବୁଲୁଥିବା ସାହି ସାହି

ବଉଳ ଲୋ……. ll

 

ପାନ ଖିଲ ବଡ଼ ମିଠା

ପାଟିକୁ ସୁଆଦ ଅମ୍ବିକ ଖଟା

ଆମ୍ବିଳ ଖଟା ଲୋ

ଟିକେ ଖଟା ଟିକେ ମିଠା

ବଉଳ ଲୋ…… ll

 

ନାନା ଜାତି ପିଠା ପଣା

ମାଆ କରିଛନ୍ତି କ୍ଷୀରି ଅଲଣା

କ୍ଷୀରି ଅଲଣା ଲୋ 

ଦେହ ପାଇଁ ହିତ ଜଣା 

ବଉଳ ଲୋ……ll

 

ମୁରୁଜରେ ଝୋଟି ଦେଇ

ସାତ ରଙ୍ଗ ଢାଳି ତାକୁ ରଙ୍ଗେଇ

ତାକୁ ରଙ୍ଗେଇ ଲୋ

ଘରକୁ ଦେବା ସଜେଇ

ବଉଳ ଲୋ……. ll

 

ଶୀତର ହିମ କାକର

ଘାସ ଗାଲିଚାରେ କି ମନୋହର

କି ମନୋହର ଲୋ

ଲାଗେ ଟୋପା ହୀରକର

ବଉଳ ଲୋ…… ll

 

କେଶବ ସାଥିରେ ରାଇ

ଗୋପୀ ଗୋପାଳ ଯେ ଦୋଳି ଝୁଲାଇ

ଦୋଳି ଝୁଲାଇ ଲୋ

ନାଚୁଛନ୍ତି ଥେଇ ଥେଇ

ବଉଳ ଲୋ…….ll

       ଫୁଲବାଣୀ,କନ୍ଧମାଳ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଜ୍ଞାନ ଆଉ ଟଙ୍କା

Sunil Chandra Nayak

ଆଜି ପବିତ୍ର ପିତୃପକ୍ଷ ଓ ମହାଳୟା ସବୁଠି ଶ୍ରାଦ୍ଧ , ତର୍ପଣ ଓ ପୂଜାର୍ଚ୍ଚନା

Sunil Chandra Nayak

ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!