ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶସ୍ତା ହେଲା ଖାଇବା ତେଲ,ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି

ତେଲ ଦର କମିବାରୁ ଗ୍ରାହକ ଙ୍କୁ ମ ମିଳିଲା ସାମାନ୍ୟ ଆଶ୍ୱସ୍ତି। ୨୦ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କଲେ ତେଲ କମ୍ପାନୀ । ସୂର୍ଯ୍ୟମୂଖୀ, ସୋୟାବିନ୍, ଶୋରିଷ ତେଲ ଓ ପାମ୍ ତେଲର ଦର ହ୍ରାସ ପାଇଛି । ଧାରା ବ୍ରାଣ୍ଡରେ ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାଏରୀ ଶୋରିଷ, ସୋୟାବିନ୍ ଓ ସୂର୍ଯ୍ୟମୂଖୀ ତେଲ ଦର ହ୍ରାସ କରିଛି । ସବୁ ତେଲର ଦାମ୍ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଖୁବ୍ ଶୀଘ୍ର ଶସ୍ତା ତେଲ ପ୍ୟାକେଟ୍ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସେହିପରି ପାମ୍ ଅଏଲ ମଧ୍ୟ ୭ରୁ ୮ ଟଙ୍କା ଶସ୍ତା ହୋଇଛି । ଏହା ସହ ଫ୍ରିଡମ୍ ବ୍ରାଣ୍ଡରେ ଆସୁଥିବା ସବୁ ତେଲ ଦର ମଧ୍ୟ ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ହାଇଦ୍ରାବାଦ ସ୍ଥିତ କମ୍ପାନୀ ଜେମିନି ପକ୍ଷରୁ ଗତ ସପ୍ତାହରେ ଫ୍ରିଡମ୍ ସୂର୍ଯ୍ୟମୂଖୀ ତେଲ ୧୫ ଟଙ୍କା ହ୍ରାସ କରିଥିଲା । ଏହି କମ୍ପାନୀ ଆଗାମୀ ଦିନରେ ୨୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା କରିବାକୁ ଯାଉଛି । କିଛି ଦିନ ହେବ ସୂର୍ଯ୍ୟମୂଖୀ ତେଲର ଆମଦାନୀ ରୁଷ ଓ ଆର୍ଜେଣ୍ଟିନା ପରି ଦେଶରୁ ବୃଦ୍ଧି ପାଇଛି । ଯାହାର ପ୍ରଭାବ ତେଲ ଦର ଉପରେ ଦେଖିବାକୁ ମିଳିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଜି ଧନ ତେରସ – ଦୀପାବଳି ପୂର୍ବରୁ ଧନତେରାସ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ

Sunil Chandra Nayak

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

Sunil Chandra Nayak

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

Leave a Comment

error: Content is protected !!