ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି  ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ 

ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’

ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ନିକଟରେ ଏହାର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ ରିଲିଜ୍ ହୋଇଥିବା ବେଳେ ରଥଯାତ୍ରାରେ ଏହାର ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ ରହିଛନ୍ତି ଅମ୍ଳାନ ଓ ତାଙ୍କ ସହ ରିୟା, ପ୍ରିୟା , ରାଗିଣୀଙ୍କୁ ରୋମାନ୍ସ ଦେଖିବାକୁ ମିଳିବ । ବିବାହ ପରେ ଓଲିଉଡରୁ ଏକପ୍ରକାର ଦୂରେଇ ଯାଇଥିବା ଚୁଲବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି ସିନେମାରେ କମବ୍ୟାକ୍ କରିଛନ୍ତି । ଅନେକ ଦିନ ପରେ ଅମ୍ଳାନଙ୍କ ସହ ରିୟାଙ୍କ ଅନସ୍କ୍ରିନ୍ ରୋମାନ୍ସ ଓଡିଆ ଦର୍ଶକଙ୍କୁ ମତୁଆଲା କରିବା ଥୟ । ସେହିଭଳି ବଙ୍ଗୀୟ ସୁନ୍ଦରୀ ରାଗିଣୀ ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି,ରିପନ, ବିନୋଦ,ଅଜୟ ପ୍ରଧାନ,ଧାରାଶ୍ରୀ ପ୍ରମୁଖ ନଜର ଆସିଛନ୍ତି ।

ଖଗେଶ୍ୱର ଶେଜପଡାଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ଚିନ୍ମୟ ଦାସପଟ୍ଟନାୟକ । ପ୍ରଯୋଜନା ଭାର ବ୍ୟୋମକେଶ ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏସ ଦିଲିପ୍ ପଣ୍ଡା । କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ର ର ଟ୍ରେଲର ଅଧିକ ଲୋକପ୍ରିୟତା ହାସଲ କରିସାରିଛି ସଂପୂର୍ଣ୍ଣ ଚଳଚ୍ଚିତ୍ର ଟି ନିଶ୍ଚୟ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ର ସିଇଓ ରୂପାଲି ଦ୍ବିବେଦୀ ଆଶାବାଦୀ।

ବୈଦ୍ୟନାଥ ଦାସଙ୍କ ସିନେମାର ସଂଗୀତ ସଜାଇଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର ର ଗୀତ ଓ ଭିଡିଓ ଆମରା ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ ରେ ପ୍ରଚାରିତ ହୋଇ ଲୋକପ୍ରିୟତା ହାସଲ କରିସାରିଛି।

ଭୁବନେଶ୍ୱର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ପ୍ରତିମା ଶତପଥି ଙ୍କ ଗଳ୍ପ ସାଙ୍ଗ

Sunil Chandra Nayak

ଜଳଛତ୍ର ଖୋଲିବା ପାଇଁ ଜନସାଧାରଣଙ୍କ ଦାବି

Sunil Chandra Nayak

ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ ଆସନ୍ତା ୧୮ ଜୁଲାଇରୁ..

Sunil Chandra Nayak

Leave a Comment

error: Content is protected !!