ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧନ ଦିବସ ପାଳିତ

ରାଉରକେଲା/ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପୂର୍ଣ୍ୟତିଥି ଅବସରରେ ଆମ୍ଭାଗାନ ନିକଟସ୍ଥ ଥିବା ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି। ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡଃ ସୁମନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଜାତୀୟ ଚେତନା ଓ ଜାତୀୟ ଅସ୍ମିତାର ଅନ୍ୟ ନାମ ଗୋପବନ୍ଧୁ। ସେବା, ମାନବବାଦ ପ୍ରଶ୍ନ ଆସିଲେ ମନେପଡନ୍ତି ଗୋପବନ୍ଧୁ। ସେ ହେଉଛନ୍ତି ଓଡିଆ ଜାତିର ସ୍ପର୍ଦ୍ଧିତ ଉଚ୍ଚାରଣ। ସମ୍ମାନିତ ଅତିଥି ଭାବେ କବି କୁଞ୍ଜବିହାରୀ ରାଉତ କହିଲେ ଯେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ସମାଜ ଖବରକାଗଜ ଆଜି ବହୁ ଅସହାୟ ପୀଡିତ ମଣିଷର ତ୍ରାଣକର୍ତା ରୂପେ ଠିଆ ହେବା ସହ ସତ୍ୟ ଉନ୍ମୋଚନ କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି। ଆବାହକ ଶ୍ରୀ ମହାପାତ୍ର କହିଲେଯେ ଉତ୍କଳମାତାର କୃତି ସନ୍ତାନ ମଧ୍ୟରେ ଗୋପବନ୍ଧୁ ଅଗ୍ରଗଣ୍ୟ। ସେ କେବଳ ଓଡିଶା ମାଟିର କାହିଁକି ଭାରତମାତାର ସୁଯୋଗ୍ୟ ସନ୍ତାନ। ଏକାଧାରରେ ସମାଜସେବୀ,ଦେଶପ୍ରେମୀ,ରାଷ୍ଟ୍ରନୀତିଜ୍ଞ,ସଂସ୍କାରକ,ନିର୍ଭିକ ସାମ୍ବାଦିକ,ମାନବବାଦୀ ଲେଖକ,ଆଧୁନିକ କବି,ଶିକ୍ଷାବିତ୍, ଆଇନଜ୍ଞ ଭାବେ ବହୁମୁଖୀ ପ୍ରତିଭାର ପରିଚୟ ଦେଇ ଯାଇଛନ୍ତି। ସେହିପରି ତାଙ୍କ ସୃଷ୍ଟି ସାହିତ୍ୟ ଆମ ଓଡିଆ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗୁରୁ ଶରତଚନ୍ଦ୍ର ପଣ୍ଡା ଗୋପବନ୍ଧୁଙ୍କ ‘ ମିଶୁ ମୋର ଦେହ ‘ କବିତା ଗାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ସର୍ବଶ୍ରୀ ସୁଶାନ୍ତ କୁମାର ନାୟକ, ଅଭିରାମ ପ୍ରଧାନ, ସଂଜୀବ କୁମାର ଭୋଇ, ଗଙ୍ଗାଧର ପୁହାଣ,ନାଟ୍ଯକାର ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାୟଗଡାରେ ବିଜେଡିର ବାଜିମାତ୍

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନୂଆଖାଇ ଜୁହାର

Sunil Chandra Nayak

ଦିନ ଦ୍ବିପହରରେ ବ୍ଯାଙ୍କ ଡକାୟତି

Sunil Chandra Nayak

Leave a Comment

error: Content is protected !!